27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶସଡ଼କ ଦୁର୍ଘଟଣାରେ ପରିବାରର ୪ ମୃତ

ସଡ଼କ ଦୁର୍ଘଟଣାରେ ପରିବାରର ୪ ମୃତ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଅଉରୈୟା ଜିଲ୍ଲାରେ ଗୁରୁବାର ଏକ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି । ଆହତ ୫ ଜଣଙ୍କୁ ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ସାମିଲ ଜୟ ନାମକ ଯୁବକଙ୍କର ବିବାହ ଚଳିତମାସ ୨୮ରେ ସ୍ଥିର ହୋଇଛି । କେତେକ ସମ୍ପର୍କୀୟଙ୍କୁ ଆଣିବାକୁ ଜୟ କାର୍ ଯୋଗେ ବିଧୁନା ଗ୍ରାମକୁ ଯାଇଥିଲେ । ୯ ଜଣ ଏହି କାର୍‌ରେ ଫେରୁଥିବାବେଳେ ଭୋର ୪ଟାରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହା ରାସ୍ତାକଡ ଗଛରେ ପିଟିହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking