27.1 C
Bhubaneswar
Saturday, July 27, 2024
Homeଖେଳଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍ ଖେଳିବେ ଧୋନି!

ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍ ଖେଳିବେ ଧୋନି!

ରାଞ୍ଚି : କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ଚେନ୍ନାଇ ସୁପର୍ କିଙ୍ଗ୍‌ସ କ୍ୟାପ୍‌ଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ଆଇପିଏଲ୍‌-୨୦୨୪ ପରେ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍‌ରେ ଦେଖିବାକୁ ମିଳିପାରେ । ସୋସିଆଲ୍ ମିଡିଆରେ ଭାଇରାଲ୍ କେତେକ ଫଟୋରୁ ଏହି କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଅସଲରେ ଲିଜେଣ୍ଡ୍‌ସ କ୍ରିକେଟ୍ ଲିଗ୍‌ର କୋ-ଫାଉଣ୍ଡର୍ ଏବଂ ସିଇଓ ରମଣ ରହେଜା ନିକଟରେ ଧୋନିଙ୍କୁ ରାଞ୍ଚିରେ ଭେଟିଛନ୍ତି । ଧୋନିଙ୍କ ସହ ସାକ୍ଷାତକାରର କେତେକ ଫଟୋ ରହେଜା ସୋସିଆଲ୍ ମିଡିଆରେ ଶେୟାର୍ କରିଛନ୍ତି । ଏହି ଫଟୋରେ ଉଭୟଙ୍କୁ ଏକ ଜିମ୍‌ରେ ଦେଖିବାକୁ ମିଳିଛି । ରହେଜା କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ଆରମ୍ଭ ଭଲ ରହିବା ସହ ଅଧା ବିଜୟ ହୋଇଛି । ଏହା ସହିତ ସେ ଆହୁରି ଲେଖିଛନ୍ତି, ରାଞ୍ଚିରେ ଲିଜେଣ୍ଡ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ଭେଟିଛି । ଧୋନିଙ୍କ ସହିତ ସାକ୍ଷାତ୍ ଏକ ଚମତ୍କାର ଅନୁଭବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking