ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୋକିଓରେ ପହଞ୍ଚିବା ପରେ ଭାରତର ରାଷ୍ଟ୍ରଦୂତ ସିବି ଜର୍ଜ ଓ ଦୂତାବାସର ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ ଜଣାଇଥିଲେ। ଜାପାନ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟୋକିଓରେ ଓଡ଼ିଶା ବିଜିନେସ ମିଟକୁ ସମ୍ବୋଧନ କରିବେ। ପୁଞ୍ଜି ଖଟାଇବାକୁ ନିବେଶକାରୀଙ୍କୁ କରିବେ ନିମନ୍ତ୍ରଣ । ଜାପାନରୁ କିପରି ଅଧିକ ପୁଞ୍ଜି ଆସିବ ତାହା ହେବ ନବୀନଙ୍କ ଫୋକସ । ଟେକ୍ନୋଲୋଜି, ଖାଦ୍ୟ ପ୍ରକ୍ରିୟାକରଣ, ମେଟାଲ, ପେଟ୍ରୋ କେମିକାଲ, ପର୍ୟ୍ୟଟନଭିତ୍ତିକ ଶିଳ୍ପରେ ନିବେଶକାରୀମାନେ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିବେ । ଏଥିଲାଗି ଜାପାନର ୩ଟି ସହର ଟୋକିଓ, କ୍ବିଟୋ, ଏବଂ ଓସାକାରେ ଆୟୋଜିତ ବିଜିନେସ ମିଟରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ।