29.1 C
Bhubaneswar
Thursday, April 25, 2024
Homeଓଡିଶାଓଟିଡିସି ପକ୍ଷରୁ ‘ଆମ ଘର, ଆମ ହାଣ୍ଡିଶାଳ’ ଦ୍ୱିତୀୟ ସଂସ୍କରଣ ଲୋକାର୍ପିତ

ଓଟିଡିସି ପକ୍ଷରୁ ‘ଆମ ଘର, ଆମ ହାଣ୍ଡିଶାଳ’ ଦ୍ୱିତୀୟ ସଂସ୍କରଣ ଲୋକାର୍ପିତ

ଭୁବନେଶ୍ବର: ‘ଆମ ଘର, ଆମ ହାଣ୍ଡିଶାଳ’ ଦ୍ୱିତୀୟ ସଂସ୍କରଣ ଲୋକାର୍ପିତ ହୋଇଛି । ଓଡିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ-ଓଟିଡିସି ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡିଆ ଖାଦ୍ୟ ପ୍ରତିଯୋଗିତା- ଆମ ଘର, ଆମ ହାଣ୍ଡିଶାଳର ଦ୍ୱିତୀୟ ସଂସ୍କରଣକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ଆମ ଓଡିଆଙ୍କ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାଣ୍ଡିଶାଳ ଆନନ୍ଦ ବଜାର ହେଉଛି ବିଶ୍ୱର ବଡ ହାଣ୍ଡିଶାଳ । ମହାନ ଉତ୍କଳୀୟ ସଂସ୍କୃତିରେ ୧୨ ମାସର ୧୩ ପର୍ବ ଓ ପ୍ରତ୍ୟେକ ପର୍ବପର୍ବାଣୀରେ ସ୍ୱତନ୍ତ୍ର ଖାଦ୍ୟର ସମ୍ଭାର ରହିଛି । ଏହି ପାରମ୍ପରିକ ଖାଦ୍ୟକୁ ବିଶ୍ୱଦରବାରରେ ପହଂଚାଇବା ଲକ୍ଷ୍ୟରେ ଗତବର୍ଷ ଆମ ଘର ଆମ ହାଣ୍ଡିଶାଳ ପ୍ରତିଯୋଗିତାର ପରିକଳ୍ପନା କରାଯାଇଥିଲା । ଏଥର ଏହି ପ୍ରତିଯୋଗିତାରେ କିଛି ପରିବର୍ତ୍ତନ କରାଯାଇଛି । ବିଚାରକଙ୍କ ଦ୍ୱାରା ମନୋନୀତ ହୋଇଥିବା ଶ୍ରେଷ୍ଠ ୪୦ ଜଣ ପ୍ରତିଯୋଗୀଙ୍କୁ ଏଥର ଓଡିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ନେଇ ଖାଦ୍ୟ ପ୍ରସ୍ତୁତି ଶୈଳୀର ସୁଟିଂ କରାଯିବ । ନିଜର ଖାଦ୍ୟ ଭିଡିଓ ପ୍ରସ୍ତୁତ କରି ମହିଳାମାନେ ଅନଲାଇନରେ ଆବେଦନ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking