29.1 C
Bhubaneswar
Thursday, May 16, 2024
Homeଅପରାଧଦଳୀୟ ନେତ୍ରୀ ଆଣିଲେ ମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଦଳୀୟ ନେତ୍ରୀ ଆଣିଲେ ମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ରାଜ୍ୟର ଜଣେ ମନ୍ତ୍ରୀ ମହିଳାଙ୍କୁ ଦୁଷଷ୍କର୍ମ କରିଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଛି । ଏ ନେଇ ମହିଳା ଜଣଙ୍କ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି । ଏହାକୁ ନେଇ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି । ଏଭଳି ଅଭିଯୋଗ ଆସିବା ପରେ ମନ୍ତ୍ରୀଙ୍କ ପାଇଁ ଅଡ଼ୁଆ ବଢ଼ିଛି । ସୂଚନା ଅନୁଯାୟୀ, ମହିଳାଙ୍କର ଶାସକ ଦଳରେ ଦବ୍‌ଦବା ରହିଛି । ମନ୍ତ୍ରୀଙ୍କ ସହ ଘନିଷ୍ଠତା ଯୋଗୁଁ ଶ୍ରମ ବିଭାଗରେ ମଧ୍ୟ ତାଙ୍କର ବେଶ୍ ଖାତିର୍ ରହିଛି । କିଛିଦିନ ତଳେ ମହିଳା ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ପାଇଁ ବାହାରିଥିଲେ ।

ହେଲେ ବିଧାନସଭା ଚାଲିଥିବାରୁ ସେ ସମୟରେ ଏହି ଘଟଣାକୁ ଚପାଇଦିଆଯାଇଥିଲା ବୋଲି ବେଶ୍ ଚର୍ଚ୍ଚା ହେଉଛି । ହେଲେ ଗୁରୁବାର ସକାଳେ ମହିଳା ଜଣଙ୍କ ଥାନାରେ ପହଞ୍ଚି ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଶୁଣି ପୋଲିସ ଚାପ ବଢ଼ିଯାଇଥିଲା । ପ୍ରକୃତରେ ଘଟଣା କ’ଣ? ଏହା ପଛରେ କେତେ ସତ୍ୟତା ଅଛି? ବାସ୍ତବ ଘଟଣା ଜାଣିବା ପାଇଁ ମହିଳାଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲା । ଦିନ ୧୧ଟାରୁ ଅପରାହ୍ଣ ୫ଟା ଯାଏଁ ୬ଘଣ୍ଟା ଧରି ପୋଲିସ ଓ ମହିଳାଙ୍କ ମଧ୍ୟରେ ରୁଦ୍ଧଦ୍ୱାର ଆଲୋଚନା ହୋଇଥିଲା । ଶେଷରେ ଅପରାହ୍ଣ ୫ଟାରେ ପୋଲିସ ମହିଳାଙ୍କୁ ଡାକ୍ତରୀମାଇନା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍‌କୁ ପଠାଇଥିଲା ।

ସେଠାରେ ଡାକ୍ତରୀମାଇନା ପରେ ରାତି ପାଖାପାଖି ୯ଟା ସମୟରେ ମହିଳା ଜଣଙ୍କ ଥାନାରେ ପହଞ୍ଚିଥିଲେ । ଖବର ପାଇ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ପ୍ରଶ୍ନ କରିବାକୁ ମହିଳା କହିଥିଲେ, ମୁଁ ମାନସିକ ଚାପରେ ଅଛି । ମୋର ମୁଖ୍ୟମନ୍ତ୍ରୀଙ୍କ ଉପର ଭରସା ଅଛି । ମୁଁ ଥାନାରେ ଏଫ୍‌ଆଇଆର୍ କରିଛି । ପୋଲିସ ୁଉପରେ ଭରସା ଅଛି । ନିଶ୍ଚିତ ନ୍ୟାୟ ପାଇବି ବୋଲି ସେ କହିଥିଲେ। ପରେ ସେ ଥାନା ଭିତରକୁ ଚାଲିଯାଇଥିଲେ । ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଲିସ ତାଙ୍କୁ ପଚରାଉଚ୍ଚରା କରୁଥିଲା ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking