ନୂଆଦିଲ୍ଲୀ : ଦେଶରେ କରୋନାର ଦୈନିକ ସଂକ୍ରମଣ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଂଟାରେ ଆଉ ୧୧ ହଜାରରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଉ ୧୧,୧୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୩୬ ଦିନ ମଧ୍ୟରେ ଏହା ସବୁଠାରୁ ଅଧିକ ମାମଲା। ଦେଶରେ ଏଯାଏଁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୯,୬୨୨କୁ ବୃଦ୍ଧି ପାଇଛି।
ଏହାପୂର୍ବରୁ ପୂର୍ବ ଦିନ ଭାରତରେ ୧୦ ହଜାର ୧୫୮ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଥିଲା। ଏହା ସହିତ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୪ ହଜାର ୯୯୮କୁ ବୃଦ୍ଧି ପାଇଥିଲା। ଗୁରୁବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଭାରତରେ ଦୈନିକ ସଂକ୍ରମଣ ହାର ୪.୪୨ ପ୍ରତିଶତ ଏବଂ ସାପ୍ତାହିକ ହାର ୪.୦୨ ପ୍ରତିଶତ ଥିଲା। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ମୋଟ ମାମଲାର ୦.୧୦ ପ୍ରତିଶତ । ଆରୋଗ୍ୟ ହାର ୯୮.୭୧ ପ୍ରତିଶତ ।
ଦେଶରେ ୧୧ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁଯାୟୀ, ଗତ ସାତ ଦିନ ମଧ୍ୟରେ ଦେଶରେ ୪୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ସମୟରେ ସଂକ୍ରମଣ ହେତୁ ୯୭ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି।