31.1 C
Bhubaneswar
Saturday, June 14, 2025
Homeଅପରାଧଏମ୍ସରେ ଟିକଟ ଦଲାଲି ଅଭିଯୋଗ, ୨ ବଙ୍ଗୀୟ ଅଭିଯୁକ୍ତ ଗିରଫ

ଏମ୍ସରେ ଟିକଟ ଦଲାଲି ଅଭିଯୋଗ, ୨ ବଙ୍ଗୀୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏମ୍ସରେ ଟିକଟ ଦଲାଲି ଅଭିଯୋଗରେ ୨ ବଙ୍ଗୀୟ ଯୁବକଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ । ସେମାନେ ହେଲେ ଅମୀତ ପ୍ରତିହାର ଏବଂ ଗୋପାଳ ଭଟ୍ଟ । ଅଭିଯୁକ୍ତମାନଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟ ପଶ୍ଚିମ ମେଦୀନାପୁର ଜିଲାରେ । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ଏମ୍ସ ହସ୍ପିଟାଲରେ ସିକ୍ୟୁରିଟି ଇନଚାର୍ଜ ଭାବେ କାର୍ଯ୍ୟ କରନ୍ତି । ଆଜି ସକାଳେ ସେ ଅନ୍ୟ ସହକର୍ମୀ ମାନଙ୍କ ସହ ମିଶି ଓପିଡି ଏଣ୍ଟ୍ରାନ୍ସ ନିକଟରେ ଡ୍ୟୁଟି ସମ୍ପାଦନ କରୁଥିବା ସମୟରେ ରୋଗୀ ମାନଙ୍କ ଅଟେଣ୍ଡାଣ୍ଟ ମାନେ ଓପିଡି କାଉଣ୍ଟର ନିକଟରେ ପାଟି କରୁଥିବା ଶୁଣିବାକୁ ପାଇ ଥିଲେ । ଅଭିଯୋଗକାରୀ ଏବଂ ସହକର୍ମୀ ମାନେ ଅବିଳମ୍ବେ କାଉଣ୍ଟର ନିକଟକୁ ଯାଇ, ଦୁଇ ଅଭିଯୁକ୍ତ ଲାଇନ ମଧ୍ୟରେ ଜୋରଜବରଦସ୍ତ ପଶି ଟିକେଟ କରିବା ଲାଗି ଚେଷ୍ଟା କରୁଥିବା ଦେଖିଥିଲେ ।

ଅଭିଯୋଗକାରୀ ଏବଂ ତାଙ୍କ ସହକର୍ମୀ ମାନଙ୍କୁ ଦେଖି ଅଭିଯୁକ୍ତ ମାନେ ସେଠାରୁ ଖସି ପଳାଇଯିବା ଲାଗି ଉଦ୍ୟମ ହେଉଥିବା ସମୟରେ ସେମାନେ ତାଙ୍କର ପିଚ୍ଛାକରି ତାଙ୍କୁ କାବୁ କରିବା ସହିତ ଖଣ୍ଡଗିରି ଥାନା ଜିମା ଦେଇଥିଲେ । ପରେ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ତଦନ୍ତ ବେଳେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ନିଜ ଅପରାଧ ସ୍ୱୀକାର କରିଥିବା ବେଳେ ଉଭୟ ପଶ୍ଚିମବଙ୍ଗରୁ ଏଠାକୁ ଆସି ଏମ୍ସ ହସ୍ପିଟାଲରେ ଟିକେଟ ଦଲାଲି କାମ କରୁଥିବା କଥା ସ୍ୱୀକାର କରିଥିଲେ । ବିନା ଧାଡିରେ ଛିଡା ହୋଇ ଜଲଦି ତଥା ଭଲ ଡାକ୍ତରଙ୍କ ସହିତ ପରାମର୍ଶ କରାଇ ଦେବାକୁ କହି ଲୋକମାନଙ୍କ ନିକଟରୁ ସେମାନେ ବିପୁଳ ପରିମାଣର ଟଙ୍କା ଠକୁ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking