28.3 C
Bhubaneswar
Friday, May 16, 2025
Homeଓଡିଶାଚାକିରି ଦେବା ନାଁରେ ଠକେଇ ଅଭିଯୋଗ

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ

ଭୁବନେଶ୍ବର: ରିମାଣ୍ଡରେ ଆସିବ ଠକ ସର୍ଦ୍ଦାର ସଚ୍ଚିଦାନନ୍ଦ ଭୋଇ । ଭୁବନେଶ୍ବର JMFC କୋର୍ଟରେ ୩ ଦିନ ରିମାଣ୍ଡ ଆବେଦନ କଲା ସ୍ପେଶାଲ କ୍ରାଇମ ୟୁନିଟ। ଚାକିରୀ ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି ସ୍ପେଶାଲ କ୍ରାଇମ ୟୁନିଟ। ୨୦୧୦ ମସିହାରୁ କଳାକାରନାମା ଚଳାଇଥିଲା ଠକ। ରାଜ୍ୟ ବାହାରୁ ୧୦ କୋଟିରୁ ଉର୍ଦ୍ଧ ଟଙ୍କା ଠକିଛି ସଚ୍ଚିଦାନନ୍ଦ।

୨୦୧୦ ରେ ଉଜ୍ଜ୍ୱଳା ପ୍ରାଇଭେଟ ଲିମିଟେଡ଼ ନାମକ ସଂସ୍ଥା ଆରମ୍ଭ କରିଥିଲା। ତେଲକୋଇ ସ୍ଥିତ ଭୂଷଣ ପ୍ରାଇଭେଟ ଲିମିଟେଡ଼ କମ୍ପାନୀରେ ଚାକିରୀ କରାଇବାକୁ କହି ଠକିଥିଲା ୫୦ ଲକ୍ଷ ଟଙ୍କା। ବିପିସିଏଲ ରେ ଠକେଇ ନେଇ ମଧ୍ୟ ପୂର୍ବରୁ ସମ୍ବଲପୁର ପୋଲିସ ସଚ୍ଚିଦାନନ୍ଦକୁ ଗିରଫ କରିଥିଲା । ଭୁବନେଶ୍ବର ଜୟଦେବବିହାର ଛକରେ ” OFFOS ” ନାମକ ଏକ ଅଫିସ ଖୋଲିଥିଲା। ପରେ ରସୁଲଗଡ଼ ଏସପ୍ଲାନେଡ଼ ଭିତରେ ଅଫିସ କରି କୋଟି କୋଟି ଲୁଟିଥିଲା। ସହିଦନଗର, ତମାଣ୍ଡୋ ଓ ମଞ୍ଚେଶ୍ୱର ଥାନାରେ ଠକ ବିରୋଧରେ ମାମଲା ରହିଛି । ୨୦୧୬ରେ ରାୟପୁର ପୋଲିସ ମଧ୍ୟ ଏହି ଚତୁର ଠକକୁ ଗିରଫ କରିଥିଲା। ସଚ୍ଚିଦନନ୍ଦ ନାଁରେ କେତୋଟି କମ୍ପାନୀ ଅଛି ଜାଣିବା ପାଇଁ ରେଜିଷ୍ଟାର ଅଫ କମ୍ପାନିଜକୁ ଚିଠି ଲେଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking