26.1 C
Bhubaneswar
Sunday, March 23, 2025
Homeଓଡିଶାଭୁୁବନେଶ୍ୱର ସବୁ ରାସ୍ତା ସୁଦୃଢ ହେବ -   ପୂର୍ତ୍ତ ମନ୍ତ୍ରୀ

ଭୁୁବନେଶ୍ୱର ସବୁ ରାସ୍ତା ସୁଦୃଢ ହେବ –   ପୂର୍ତ୍ତ ମନ୍ତ୍ରୀ

ଭୁୁବନେଶ୍ୱର : ଏଜି ଛକରେ ହେବ ଏଣ୍ଡରଗ୍ରାଉଣ୍ଡ ପାସ ହେବ । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି କୋଷ୍ଟାଲ ହାଇୱେ ମଧ୍ୟ ଖୁବଶୀଘ୍ର ନିର୍ମାଣ ହେବ । ରିଂ ରୋଡ ପାଇଁ ମଧ୍ୟ ବିଭାଗ ପ୍ରସ୍ତୁତ ଅଛି । ରାଜ୍ୟରେ ୩ଟି ରିଂ ରୋଡ ନିର୍ମାଣ ହେବ ।  ଅନ୍ୟପଟେ ପୂର୍ତ୍ତ ବିଭାଗ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଦୂର ଉପରେ ଗୁରୁତ୍ୱ ଦିଆଯିବ । ଟ୍ରାଫିକ ଭିଡ କମାଇବାକୁ ୭ ହଜାର କୋଟିର ଯୋଜନା ଚାଲିଛି । ନୂଆ ଯୋଜନାରେ ଡିପିଆର ଶୀଘ୍ର ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି  ା ଜୟଦେବ ବିହାରରୁ ନନ୍ଦନକାନନ  ଯାଏଁ ଏଲଟିଭେଟେଡ କରିଡର ଯୋଜନା ଚାଲିଛି । ଦୟା ୱେଷ୍ଟ  କେନାଲ ରାସ୍ତା ନିର୍ମାଣ ହେବ । ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତିକରଣ ଯୋଜନା ଚାଲିଛି । କଳ୍ପନା ଛକ , ଶିଶୁଭବନ ଛକରେ ୩ଟି ଫ୍ଲାଏ ଓଭର ଯୋଜନା ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking