ଭୁବନେଶ୍ୱର : ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନ । ଏହା ପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ । ବାଚସ୍ପତ୍ତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି ରହିଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ , ସଂସଦୀୟ ବ୍ୟପାର ମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଶାସକ ଦଳ ମୁଖ୍ୟ ସଚେତକ ଉପସ୍ଥିତ ଅଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ଉପସ୍ଥିତ ଅଛନ୍ତି । ଏହା ସହିତ କଂଗ୍ରେସ ବିଧାୟକ ଦଳ ନେତା ସାମିଲ ଅଛନ୍ତି । ଗୃହ ସୁପରିଚାଳନା ନେଇ ବାଚସ୍ପତି ଆଲୋଚନା କରିଛନ୍ତି । ଏଥର ଦୁଇଟି ପର୍ୟ୍ୟାୟରେ ହେବ ବଜେଟ୍ ଅଧିବେଶନ।