26.1 C
Bhubaneswar
Friday, July 4, 2025
Homeବ୍ରେକୀଙ୍ଗଆଜିଠୁ ବିଧାନସଭା ପରିସରରେ ହେବ କରୋନା ପରୀକ୍ଷା

ଆଜିଠୁ ବିଧାନସଭା ପରିସରରେ ହେବ କରୋନା ପରୀକ୍ଷା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଯାହାକି ଚିନ୍ତାର କାରଣ ପାଲଟିଛି । ଏହାରି ମଧ୍ୟରେ ଆସନ୍ତା ୨୯ ତାରିଖରୁ ରାଜ୍ୟରେ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ବିଧାନସଭା ପରିସରରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଆଜି ସକାଳ ୮ ଘଟିକାରୁ ସମସ୍ତ ସଦସ୍ୟ ଓ କର୍ମଚାରୀମାନଙ୍କର କରୋନା ଟେଷ୍ଟ ଆରମ୍ଭ ହୋଇଛି । ବିଧାନସଭା ଅଧିବେଶନରେ ଯୋଗ ଦେବାକୁ ଥିବା ସମସ୍ତ ସଦସ୍ୟ ଓ କର୍ମଚାରୀଙ୍କର କରୋନା ପରୀକ୍ଷା କରାଯିବ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ବିଧାନସଭା ଅଧିବେଶନ ସମୟରେ ରହିବାକୁ ଅନୁମତି ଦିଆଯିବ ।ତେବେ ଆଜିଠୁ ୩ ଦିନ ଧରି ମନ୍ତ୍ରୀ, ବିଧାୟକ, ସୁରକ୍ଷା କର୍ମୀ, ଓ ବଇଦାନସଭା କର୍ମଚାରୀଙ୍କର କରୋନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking