27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଦେଶରେ ୨୪ ଘଣ୍ଟାରେ ନୂଆ ୮୫ ହଜାର ୩୬୨ କରୋନା ଆକ୍ରାନ୍ତ ଚିହ୍ନଟ : ୧୦୮୯...

ଦେଶରେ ୨୪ ଘଣ୍ଟାରେ ନୂଆ ୮୫ ହଜାର ୩୬୨ କରୋନା ଆକ୍ରାନ୍ତ ଚିହ୍ନଟ : ୧୦୮୯ ସଂକ୍ରମିତଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଛି । ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୩,୩୭୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୮୫,୩୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏଥିସହ ପ୍ରାଣଘାତୀ କରୋନା ୧୦୮୯ ସଂକ୍ରମିତଙ୍କର ମୁଣ୍ଡ ନେଇଛି । ଏହାରି ମଧ୍ୟରେ ଦେଶରେ ମୋଟ କେରାନା ଆକ୍ରାନ୍ତଙ୍କ ସଂଖ୍ୟା ୫୯ଲକ୍ଷ ୩ ହଜାର ୯୩୩କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ଦେଶରେ ମୋଟ ୯,୬୦,୯୬୯ ଜଣ ଆକ୍ଟିଭ କେସ୍ ଭାବେ ଚିକିତ୍ସିତ ହେଉଛନ୍ତି । ଏଥିସହ୪୮,୪୯,୫୮୪ ଜଣ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।
ଅନ୍ୟପଟେ ସମଗ୍ର ବିଶ୍ୱରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯ ଲକ୍ଷ ୯୨ ହଜାର ୮୩୫କୁ ବୃଦ୍ଧି ପାଇଛି । ବିଶ୍ୱରେ ମୋଟ ୩କୋଟି ୨୭ ଲକ୍ଷ ୪୨ ହଜାର ୬୨୪ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୨ କୋଟି ୪୧ ଲକ୍ଷ ୫୨ ହଜାର ୩୯୯ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ବିଶ୍ୱର ମୋଟ ୨୧୩ଟି ଦେଶକୁ ବ୍ୟାପିଛି ମହାମାରୀ କରୋନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking