36.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଚଳିତ ୫ ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ

ଚଳିତ ୫ ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ

ନୂଆଦିଲ୍ଲୀ: ଚଳିତ ୫ ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । କୌଣସି ପ୍ରଦେଶରେ ସରକାର ଗଠନ ତ ଦୂରର କଥା କ୍ଷମତାରେ ଥିବା ପଞ୍ଜାବକୁ ମଧ୍ୟ ହାତଛଡା କରିବାକୁ ବାଧ୍ୟ ହୋଇଛି ଦଳ । ଏପରି ଶୋଚନୀୟ ପରାଜୟ ପରେ ଏବେ ଆତ୍ମସମୀକ୍ଷା ପର୍ବ ଆରମ୍ଭ ହୋଇଛି । ପାର୍ଟି ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନେତତୃତ୍ୱରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହେବାକୁ ଯାଉଛି । ଏଥିରେ ଦଳର ପରାଜୟର ସମ୍ଭାବ୍ୟ କାରଣ ସମ୍ପର୍କରେ ମାନସମନ୍ଥନ ହେବ । ସେହିପରି ଦଳ ନିଜ ବିଫଳତାକୁ ଲୁଚାଇବାକୁ ଯାଇ ପ୍ରତିକ୍ରିୟା ଦେବା ଆରମ୍ଭ କରିଛି । ଦଳୀୟ ମୁଖ୍ୟ ମୁଖପାତ୍ର ରଣଦୀପ ସୁର୍ଯ୍ୟୱାଲା ପ୍ରେସମିଟ କରି ପଞ୍ଜାବରେ ଦଳୀୟ ପରାଜୟ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସଂଙ୍କୁ ଦାୟୀ କରିବାକୁ ପଛାଇ ନାହାନ୍ତି । କ୍ୟାପଟେନଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଜନ ବିରୋଧୀ ନୀତି ଯୋଗୁ ଦଳ ସତ୍ତା ବିରୋଧୀ ଲହରର ସାମ୍ନା କରିଛି । କ୍ୟାପଟେନଙ୍କ ଶାସନରେ ପଞ୍ଜାବବାସୀ ଦଳ ଉପରୁ ଆସ୍ଥା ହରାଇଛନ୍ତି । ତାର ପରିଣାମ ସ୍ୱରୂପ କ୍ୟାପଟେନ ଦଳରୁ ଅଲଗା ହେବା ପରେ ମଧ୍ୟ ତାର ପ୍ରଭାବ ଦଳ ଉପରେ ପଡିଲା ଓ ବିକଳ୍ପ ଭାବେ ଲୋକେ ଆପକୁ ବାଧ୍ୟ ହୋଇ ବାଛିଲେ ବୋଲି କହିଛନ୍ତି ସୂର୍ଯ୍ୟୱାଲା । ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଦଳର ଶୋଚନୀୟ ପରାଜୟ ନେଇ ମୁହଁ ଖୋଲିଛନ୍ତି । ଜନମତ ଗ୍ରହଣ କରିବା ସହ ଏହି ଜନାଦେଶରୁ ଦଳ କିଛି ଶିଖିବ ବୋଲି କହିଛନ୍ତି । ଜନତାଙ୍କ ଆଦେଶକୁ ମାନିବାକୁ ପଡିବ ଓ ସମସ୍ତ ମତଦାତାଙ୍କୁ ସେ ଧନ୍ୟବାଦ ମଧ୍ୟ ଦେଇଛନ୍ତି ରାହୁଲ । ସମସ୍ତ କଂଗ୍ରେସ କର୍ମୀ ଏବଂ ସ୍ୱେଚ୍ଛାସେବୀ ଦଳ ପାଇଁ ଖୁବ ପରିଶ୍ରମ କରିଥିବା ଦର୍ଶାଇ ସେମାନଙ୍କୁ ରାହୁଲ କୃତଜ୍ଞତା ମଧ୍ୟ ଜଣାଇଛନ୍ତି । ଦଳ ସମସ୍ତ ୫ ରାଜ୍ୟରେ ଅତି ନିମ୍ନମାନର ପ୍ରଦର୍ଶନ କରିଥିବାବେଳେ ନିଜ ଅଧୀନରେ ଥବା ପଞ୍ଜାବକୁ ମଧ୍ୟ ହରାଇଛି । ଏପରି ସ୍ଥଳେ କଂଗ୍ରେସ ଦଳ ଏକ ଗୁରୁତ୍ୱହୀନ ଓ ଜାତୀୟ ପରିବର୍ତ୍ତନ ଆଞ୍ଚଳିକ ଦଳରେ ପରିଣତ ହେବାକୁ ବସିଲାଣି ବୋଲି ଦଳରୁ ଇସ୍ତାଫା ଦେଇଥିବା ବରିଷ୍ଠ ନେତା ମଧ୍ୟ ମନ୍ତବ୍ୟ ରଖୁଛନ୍ତି । ତେବେ କଂଗ୍ରେସ ଚଳିତ ପରାଜୟରୁ କଣ ଶିକ୍ଷା ଲାଭ କରୁଛି ଓ କପରି ତ୍ରୁଟି ସଂଶୋଧନ କରୁଛି ତାକୁ ଅପେକ୍ଷା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking