40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ ବିଜୟୀ

ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ ବିଜୟୀ

ମଣିପୁର: ଦେଶରେ ଆଜି ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ଆସିଛି । ଏଥିରେ ୪ ଟି ରାଜ୍ୟରେ ବିଜେପି ପୁଣିଥରେ ସରକାର ଗଠନ କରିବ ବୋଲି ଅନୁମାନ କରାଯାଉଛି । ଏହି କ୍ରମରେ ମଣିପୁରରେ ବି ବିଜେପି ଭଲ ପ୍ରଦର୍ଶନ କରିଛି । ମଣିପୁର ବିଜେପିର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ବିରେନ ସିଂ ବିଜୟୀ ହୋଇଛନ୍ତି । ୧୮ ହଜାର ଭୋଟରେ ବିଜୟ ଲାଭ କରିଛନ୍ତି ବିରେନ ସିଂ । ବୀରେନ ସିଂହ ପୂର୍ବଥର ଭଳି ଏଥର ମଧ୍ୟ ହେଙ୍ଗାଙ୍ଗ ଆସନରୁ ପ୍ରାର୍ଥୀ ହୋଇଥିଲେ । ବିରେନ ସିଂଙ୍କ ବିପକ୍ଷରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ପି ଶରତ ଚନ୍ଦ୍ର । ସେ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କୁ କଡ଼ା ଟକ୍କର ଦେଇଥିଲେ । କିନ୍ତୁ ଶେଷରେ ପରାସ୍ତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ବୀରେନ ସିଂ ହେଙ୍ଗାଙ୍ଗ ଆସନରୁ ୧୮ ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ବିଜୟଲାଭ ପରେ ବିରେନ ସିଂ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ପି. ଶରତଚନ୍ଦ୍ରଙ୍କୁ ପ୍ରାୟ ୧୮ ହଜାର ଭୋଟରେ ହରାଇଛନ୍ତି । ୨୦୧୭ର ମଣିପୁର ବିଧାନସଭା ନିର୍ବାଚନରେ କଂଗ୍ରେସ ୬୦ରୁ ୨୮ଟି ସିଟ୍ ଜିତି ସବୁଠୁ ବଡ ପାର୍ଟି ଭାବେ ଆର୍ବିଭାବ ହୋଇଥିଲା । କିନ୍ତୁ ୨୧ ସିଟ୍ ଜିତି ବିଜେପି ନ୍ୟାସନାଲ ପିପୁଲ୍ସ ପାର୍ଟି, ନାଗା ପିପୁଲ୍ସ ଫ୍ରଣ୍ଟ ଏବଂ ଲୋକ ଜନଶକ୍ତି ପାର୍ଟିର ସମର୍ଥନରେ ସରକାର ଗଢିବାକୁ ସଫଳ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking