ମୁମ୍ବାଇ: ବଲିଉଡ ଆକ୍ଟର ଅକ୍ଷୟ କୁମାର ଙ୍କ ଫିଲ୍ମ ‘ବେଲ ବଟମ’ ରିଲିଜ କେବେ ହେବ ସେ ନେଇ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ହେଲେ କରୋନାର ଦ୍ୱିତୀୟ ଲହର ପୁଣି ଥରେ ମନୋରଂଜନ ଦୁନିଆକୁ ପ୍ରଭାବିତ କରିଛି । ଅନେକ ଫିଲ୍ମ ର ସୁଟିଂ କରୋନା କାଳରେ ବନ୍ଦ ହୋଇଥିବା ବେଳେ ଅନେକ ରିଲିଜ ହେବା ଉପରେ ବି ସଂକଟ ଛାଇ ହୋଇ ରହିଛି । ‘ବେଲ ବଟମ’ ଫିଲ୍ମର ପ୍ରଡ୍ୟୁସର ଜ୍ୟାକି ଭଗନାନୀ ଏହାକୁ ମେ’ ୨୮ରେ ସିନେମାଘରେ ରିଲିଜ କରିବାକୁ ଘୋଷଣା କରିଥିଲେ । ହେଲେ ବର୍ତମାନର ସ୍ଥିତି କାରଣରୁ ଏବେ ‘ବେଲ୍ ବଟମ’କୁ ଓଟିଟିରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅକ୍ଷୟ କୁମାରଙ୍କ ‘ବେଲ ବଟମ’ ୨୦୨୧ର ବଡ ଫିଲ୍ମ । ଫିଲ୍ମ ମେକର୍ସ ଦର୍ଶକଙ୍କୁ ଆଉ ଅପେକ୍ଷା ନକରାଇ ଓଟିଟିରେ ରିଲିଜ କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁସାରେ, ଫିଲ୍ମକୁ ହଟଷ୍ଟାରରେ ରିଲିଜ କରିବା ନେଇ ଡିଲ୍ ପ୍ରାୟ ପକ୍କା ହୋଇସାରିଛି । ତେବେ ବର୍ତମାନ ରିଲିଜ ତାରିଖ ନିଷ୍ପତ୍ତି ହୋଇନାହିଁ । ହଟଷ୍ଟାର ପୂର୍ବରୁ ଆମାଜନ ପ୍ରାଇମ ସହିତ ବି ଏହାର ରିଲିଜ ନେଇ କଥାବାର୍ତ୍ତା ହୋଇଥିଲା । ହେଲେ ଏହା ଭିତରେ ଖବର ଆସିଛି ଯେ, ହଟଷ୍ଟାର ଅଧିକ ପଇସା ଅଫର କରିଛି ଏବଂ ଫିଲ୍ମ ତାଙ୍କୁ ମିଳିଯାଇଛି । ତେବେ କେତେ ଟଙ୍କାରେ ଡିଲ୍ ହୋଇଛି ଏହାର ଖୁଲାସା ହୋଇନାହିଁ । ହେଲେ ଏତିକି ସ୍ପଷ୍ଟ ଯେ ଭଲ ଟଙ୍କାରେ ଡିଲ୍ ହୋଇଥିବ । ଗୋଟିଏ ପ୍ଲେନ ହାଇଜ୍ୟାକ କାହାଣୀ ଉପରେ ନିର୍ମିତ ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ବାଣୀ କପୁର, ଲାରା ଦତ୍ତ, ହୁମା କୁର୍ଶୀ ଓ ଆଦିଲ ହୁସେନ ନଜର ଆସିବେ ।