ବୈପାରିଗୁଡା : ଆଦିବାସୀ ଅଧ୍ୟୁଷିତ ଅଂଚଳ ଏବଂ ଭିତିଭୂମି ର ଅଭାବ ସତ୍ୱେ ମଧ୍ୟ ଏଠାକାର କନ୍ୟା ସନ୍ତାନ ନିଜ ଅକ୍ଲାନ୍ତ ପରିଶ୍ରମ ଓ ନିଜ ମାଟି ପାଇଁ କିଛି କରିବାର ଜିଜ୍ଞାସା ବାରମ୍ବାର ପଦକ ପାଇ ଗୌରବାନ୍ୱିତ କରାଉଛନ୍ତି ଏହି ମାଟିକୁ l ତାହା ପ୍ରାଞ୍ଜଳ ପାତ୍ର ହୋଉ, ପିଙ୍କି ହରିଜନ, ସଞ୍ଜନା ମାଝୀ, ଅଞ୍ଜଳି ମହାନ୍ତି କିମ୍ବା ନେନସି ରାଣୀ । ପୁଣି ଚମକିଲେ କୋରାପୁଟ ଜିଲ୍ଲା କୋଟପାଡ଼ ସହର ର ଦୁଇ ତାରକା lଆଣିଲେ କୋରାପୁଟ ଓ ଓଡିଶା ମାଟି ପାଇଁ ଗୌରବ lଜଣେ କୋଟପାଡ଼ ର ସ୍ବର୍ଗତ ବିନୋଦ ମହାନ୍ତି ଙ୍କ ସୁପୁତ୍ରୀ ଅଞ୍ଜଳି ମହାନ୍ତି ଯିଏ କି କେନ୍ଦୁଝର ଜିଲ୍ଲା ବଡ଼ବିଲ ରେ ବିବାହ କରିଛନ୍ତି l ନିଜ ବୈବାହିକ ଜୀବନର ଜଞ୍ଜାଳ ବାଧା ବିଘ୍ନ ଏବଂ ଏକ ୨୦ ବର୍ଷୀୟ ଝିଅ ର ମାଁ ହୋଇ ମଧ୍ୟ ଅକ୍ଲାନ୍ତ ପରିଶ୍ରମ ଓ ନିରନ୍ତର ଜିମ ୱାର୍କ ଆଉଟ କରି ସାଜିଛନ୍ତି ଅଗଣିତ ମହିଳାଙ୍କ ପାଇଁ ପ୍ରେରଣା lସେ ନିଜ ଦୃଢ ଇଚ୍ଛା ଶକ୍ତି ଯୋଗୁଁ ରାଷ୍ଟ୍ରୀୟ ସ୍ଥରରେ ସୌନ୍ଦର୍ଯ୍ୟମୟ ପ୍ରତିଯୋଗିତା ରେ ୭୨ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ MISSION DREAMS MISS INDIA” MRS DIVA” TITLE ପାଇ ଓଡିଶା ଏବଂ କୋରାପୁଟ କୁ ଗୌରାବ ଆଣିଛନ୍ତି।
ସେହିଭଳି ଆଉ ଜଣେ କୋରାପୁଟ ଜିଲ୍ଲା କୋଟପାଡ଼ ମିଶିନ କମ୍ପାଉଣ୍ଡ ନିବାସୀ ଆଚାର୍ଯ୍ୟ ମୃତୁଞ୍ଜୟ ରୋଟି ତଥା ବିଭାସିନୀ ଦ୍ରାକ୍ଷାଳତା ଙ୍କ କନ୍ୟା ସୁଶ୍ରୀ ନେନସି ରାଣୀ lସେ ଅନଲାଇନ ମାଧ୍ୟମରେ ଭରଚୁଆଲ ପ୍ରେଜେଣ୍ଟ ମିସନ ଡ୍ରିମ ମିସ ଇଣ୍ଡିଆ କନଷ୍ଟ ରେ ଭାଗ ନେଇ ନିଜ ଅକ୍ଲାନ୍ତ ପରିଶ୍ରମ ଓ ଦୃଢ ଇଛାଶକ୍ତି ଯୋଗୁଁ ରାଷ୍ଟ୍ରୀୟ ସ୍ତରରେ ସୌନ୍ଦର୍ଯ୍ୟମୟ ପ୍ରତିଯୋଗିତା ରେ ୮୩ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ MISSION DREAMS MISS INDIA” MISS SELF DRIVEN” TITLE ରେ ବିଜୟୀ ହାସଲ କରି କ୍ରାଉନ ହାସଲ କରି ଅଭିଭକ୍ତ କୋରାପୁଟ ଓ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି lଆଗକୁ ସୁଯୋଗ ମିଳିଲେ ଆହୁରି ଅନେକ ଗୌରବ ଆଣିବେ ବୋଲି କହିଛନ୍ତି।