24.5 C
Bhubaneswar
Thursday, January 16, 2025
Homeଦେଶ ବିଦେଶଅଖିଳେଶ ୟୁପି ବିରୋଧୀ ଦଳ ନେତା

ଅଖିଳେଶ ୟୁପି ବିରୋଧୀ ଦଳ ନେତା

ଲକ୍ଷ୍ନୌ:  ସମାଜବାଦୀ ପାର୍ଟି (ସପା) ଜାତୀୟ ସଭାପତି ଅଖିଳେଶ ଯାଦବ ବିଧାୟକ ଦଳ ନେତା ମନୋନୀତ ହୋଇଛନ୍ତି। ସର୍ବସମ୍ମତ କ୍ରମେ ବିଧାନସଭାରେ ଅଖିଳେଶ ବିରୋଧୀ ଦଳ ନେତା ହେଉଥିବା ନିଶ୍ଚିତ ହୋଇଯାଇଛି। ଏଣୁ ବିଧାନସଭାରେ ଅଖିଳେଶ ବିରୋଧୀ ଦଳ ନେତା ହେଉଥିବା ନିଶ୍ଚିତ ହୋଇଯାଇଛି। ଏହି ବୈଠକରେ ଉଭୟ ବିଧାନସଭା ଓ ବିଧାନପରିଷଦର ନବ ନିର୍ବାଚିତ ସଦସ୍ୟମାନେ ଯୋଗ ଦେଇଥିଲେ। ବରିଷ୍ଠ ବିଧାୟକ ଅବଧେଶ ପ୍ରସାଦ ଅଖିଳେଶଙ୍କ ନାମ ପ୍ରସ୍ତାବ କରିଥିଲେ। ଏହାକୁ ଆଲମ ବଦୀ ଅନୁମୋଦନ କରିଥିଲେ। ସେହିପରି ବିଧାନମଣ୍ଡଳ ଦଳର ପ୍ରସ୍ତାବକ ଲାଲଜୀ ବର୍ମା ହୋଇଥିବା ବେଳେ ରାଜେନ୍ଦ୍ର ଚୌଧୁରୀ ଅନୁମୋଦନ କରିଥିଲେ। ପରେ ଅଖିଳେଶ ନିର୍ବିବାଦରେ ନେତା ନିର୍ବାଚିତ ହୋଇଥିଲେ। ଅଖିଳେଶ ଯାଦବ ପ୍ରଥମ ଥର ବିଧାନସଭା ନିର୍ବାଚନକୁ ଓହ୍ଲାଇଥିବା ବେଳେ ମେନପୁରୀ କରହଲ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି।

କରହଲକୁ ସମାଜବାଦୀ ପାର୍ଟିର ସବୁଠୁ ସୁରକ୍ଷିତ ଆସନ ମନେ କରାଯାଏ। ଅଖିଳେଶ ନିଜର ଇସ୍ତଫା ପତ୍ର ଲୋକସଭା ବାଚସ୍ପତିଙ୍କୁ ଦେଇଥିଲେ । ଅଖିଳେଶ ଯାଦବ ରାଜ୍ୟରେ ଦଳର ନେତୃତ୍ୱ ନେବେ ଏବଂ ଉତ୍ତରପ୍ରଦେଶ ବିଧାନସଭାରେ ବିରୋଧୀ ଦଳର ନେତା ହୋଇଛନ୍ତି । ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନରେ ଆଜମଗଡ଼ର ସମସ୍ତ ବିଧାନସଭା ଆସନରେ ସମାଜବାଦି ପାର୍ଟ ବିଜୟ ହାସଲ କରିଥିବାରୁ ସେ ଆଜମଗଡ଼ର ଜନତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଜମଗଡ଼ ଲୋକସଭାରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିବା ଅଖିଳେଶ ଲୋକସଭା ଯାଇଥିଲେ । ଅଖିଳେଶଙ୍କ ପୂର୍ବରୁ ବଲିୟା ବାଂସଡିହ ବିଧାୟକ ରାମଗୋବିନ୍ଦ ଚୌଧୁରୀ ଦଳ ପକ୍ଷରୁ ବିଧାନସଭାରେ ବିରୋଧୀ ଦଳ ନେତା ହେଉଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking