38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଉଡାଣ ଆରମ୍ଭ କଲା ଆକାଶ ଏୟାର‌ର ବିମାନ, ମୁମ୍ବାଇରୁ ଅହମଦାବାଦ ଅଭିମୁଖେ ପ୍ରଥମ ଉଡ଼ାଣ

ଉଡାଣ ଆରମ୍ଭ କଲା ଆକାଶ ଏୟାର‌ର ବିମାନ, ମୁମ୍ବାଇରୁ ଅହମଦାବାଦ ଅଭିମୁଖେ ପ୍ରଥମ ଉଡ଼ାଣ

ନୂଆଦିଲ୍ଲୀ : ପ୍ରଥମ ଉଡାଣ ଆରମ୍ଭ କରିଛି ଆକାଶ ଏୟାର ବିମାନ। ଆକାଶ ଏୟାର କମ୍ପାନି ପ୍ରଥମ ବାଣିଜ୍ୟିକ ବିମାନର ଉଡ଼ାଣ ମୁମ୍ବାଇ-ଅହମଦାବାଦ ଅଭିମୁଖେ ଯାତ୍ରା କରିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆକାଶ ଏୟାର ବିମାନ ଉଡ଼ାଣର ଶୁଭାରମ୍ଭ କରିଥିଲେ। ରବିବାର ସକାଳ ୧୦ଟା ୫ ମିନିଟରେ ଉକ୍ତ ବିମାନ ମୁମ୍ବାଇ ବିମାନ ବନ୍ଦର ଛାଡ଼ିବା ସହ ଅହମଦାବାଦରେ ସକାଳ ୧୧ଟା ୨୫ ମିନିଟରେ ପହଞ୍ଚିଛି। ଚଳିତ ମାସ ୧୩ ତାରିଖରେ ଆକାଶ ଏୟାରର ବେଙ୍ଗାଲୁରୁ-କୋଚି ବିମାନ, ୧୯ ତାରିଖରେ ବେଙ୍ଗାଲୁରୁ-ମୁମ୍ବାଇ ଏବଂ ସେପ୍ଟେମ୍ବର ୧୫ ତାରିଖରେ ଚେନ୍ନାଇ-ମୁମ୍ବାଇ ବିମାନ ଉଡ଼ାଣ ଆରମ୍ଭ କରି ।

ବିମାନ ଚଳାଚଳ ଆରମ୍ଭ କରିବା ପାଇଁ କମ୍ପାନି ବିମାନ ନମ୍ବର କ୍ୟୁପି୧୧୦୧ ସହିତ ବୋଇଙ୍ଗ ୭୩୭ମ୍ୟାକ୍ସ ବିମାନ ବ୍ୟବହାର କରିଛି। କମ୍ପାନିକୁ ଜୁଲାଇ ୭ରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ଠାରୁ ଏୟାର ଅପରେଟର ସାର୍ଟିଫିକେଟ୍ ମିଳିଥିଲା।ଏହାପରେ ଜଣାଶୁଣା ଶିଳ୍ପପତି ରାକେଶ ଝୁନଝୁନୱାଲାଙ୍କ ଦ୍ବାରା ପ୍ରତିଷ୍ଠିତ ବିମାନ ସଂସ୍ଥା ଆକାଶ ଏୟାର ଜୁଲାଇ ୨୨ରେ ବୁକିଂ ଆରମ୍ଭ କରିଥିଲା।ଆକାଶ ଏୟାର ବୋଇଙ୍ଗ ୭୩୭ ମ୍ୟାକ୍ସ ବିମାନ ବ୍ୟବହାର କରି ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ପ୍ରଥମ ସେବା ପ୍ରଦାନ କରିଛି । ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ଆଜିଠୁ ସାପ୍ତାହିକ ଭିତ୍ତିରେ ଉଡାଣ ସେବା ଜାରି ରହିବ । ଏଥିସହିତ, ଅଗଷ୍ଟ ୧୩ରୁ ବାଙ୍ଗାଲୋର-କୋଚି ମାର୍ଗରେ ଆକାଶ ଏୟାରର ବିମାନ ଚଳାଚଳ କରିବ ।

ବିଶିଷ୍ଟ ନିବେଶକ ରାକେଶ ଝୁନଝୁନୱାଲା ଏବଂ ବିମାନ ଚଳାଚଳ କ୍ଷେତ୍ରର ଅଭିଜ୍ଞ ବ୍ୟକ୍ତି ଆଦିତ୍ୟ ଘୋଷ ଓ ବିନୟ ଦୁବେଙ୍କ ଦ୍ବାରା ସ୍ଥାପିତ ଆକାଶ ଏୟାର କମ୍ପାନି ନେଟୱାର୍କ ବିସ୍ତାର ଯୋଜନା ଅଧୀନରେ ଦେଶର ବଡ଼ ସହରଗୁଡ଼ିକୁ ପର୍ୟ୍ୟାୟକ୍ରମେ ସଂଯୋଗ କରିବ। ଗତ ବର୍ଷ ନଭେମ୍ବରରେ ଆକାଶ ଏୟାର ବୋଇଙ୍ଗ ସହିତ ୭୨ ମ୍ୟାକ୍ସ ବିମାନ କିଣିବା ପାଇଁ ଚୁକ୍ତି କରିଥିଲା । ଏଥିପାଇଁ କମ୍ପାନୀ ଅଗଷ୍ଟ ମାସରେ ଡିଜିସିଏରୁ ଅନୁମୋଦନ ନେଇଥିଲା । ଏହାର ହୋଲଡିଂ କମ୍ପାନୀ ହେଉଛି ଏସଏନଭି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking