ପୁରୀ : ରଥକାଠ ଚିରଟ ପାଇଁ ପୁରୀରୁ ଆସିଲା ଅଜ୍ଞାମାଳ। କଟକ ନୂଆପଡା ଠାରେ ଥିବା ସରକାରୀ କରତକଳ ପହଞ୍ଚିଲା ଆଜ୍ଞାମାଳ। ଆସନ୍ତା ଜୁଲାଇ ୧ରେ ମହାପ୍ରଭୁଙ୍କ ରଥଯାତ୍ର୍ରା ଅନୁଷ୍ଠିତ ହେବ। ଅକ୍ଷୟ ତୃତୀୟାରୁ ତିନିରଥ ନିର୍ମାଣ ଆରମ୍ଭ ହେବାକୁ ଥିବାବେଳେ ରବିବାର ରଥକାଠ ଚିରଟ ଅନୁକୂଳ ପାଇଁ ଶ୍ରୀମନ୍ଦିର ପ୍ରଶାସନର ୫ ଜଣିଆ ପ୍ରତିନିଧି କଟକ ଗସ୍ତ କରିଛନ୍ତି। ଖପୁରିଆ କରତକଳରେ ପୂଜାର୍ଚ୍ଚନା ପରେ ରଥକାଠ ଚିରଟ ଆରମ୍ଭ ହେବ। ଶ୍ରୀମନ୍ଦିରର ମୁଖ୍ୟ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ଯାଇଥିବା ଏହି ଟିମ୍ ସାଥୀରେ ମହାପ୍ରଭୁଙ୍କ ଲାଗି ମାଳ, ମହାର୍ଦ୍ଧ, ଧୂପ, ଦୀପ, ପତନି, ନଡ଼ିଆ ଆଦି ନେଇ ଯାଇଛନ୍ତି। ସେଠାରେ ପୂଜାର୍ଚ୍ଚନା ପରେ ୧୨ ଫୁଟିଆ ୩ ଖଣ୍ଡ ଧଉଡ଼ା କାଠ ଚିରଟ ଅନୁକୂଳ ହେବ। ଏହାପରେ ଆରମ୍ଭ ହୋଇଥିଲା ଚିରଟ କାର୍ଯ୍ୟ ।