27.1 C
Bhubaneswar
Wednesday, June 26, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଯେତେବେଳେ ଖୁସି ପାଖରେ ଯେ ଥିବ
ସମସ୍ତେ ପାଖକୁ ଆସନ୍ତି ଧାଇଁ
ଦୁଃଖ ପଡ଼ିଥିବା ପରିସ୍ଥିତି ଦେଖି
ଯାଆନ୍ତି ସମସ୍ତେ ମୁହଁ ବୁଲାଇ ।
କର୍ମ ଅଭାବରୁ ଦୁଃଖ ମିଳିଥାଏ, ଭାଗ୍ୟକୁ ଦୋଷୀ ସଜେଇ ଲାଭ କ’ଣ ? ଯେବେ ପାପ ଆମେ କରିଛେ ତ ଫଳ ଆମକୁ ହିଁ ଭୋଗିବାକୁ ପଡ଼ିବ ନା…..।

ଘର ଭିତରେ ମନ ଇଚ୍ଛା କାନ୍ଦ କିନ୍ତୁ ହସି ହସି କବାଟ ଖୋଲ କାହିଁକି ନା ଯେତେବେଳେ ଲୋକମାନେ ଜାଣିଯିବେ ଯେ ତୁମେ ଭିତରେ ଭାଙ୍ଗି ପଡ଼ିଛ ସେମାନେ ଫାଇଦା ଉଠାଇବେ ।
Social media ରେ ଯୁଆଡେ ଦେଖିବ Happy Mother’s day Status ଦେଉଛନ୍ତି ।ଭାଇ ଓ ଭଉଣୀ ମାନେ ଏତେ ଯଦି ମାଆଙ୍କୁ ଭଲ ପାଉଥାଆନ୍ତେ ଆଜି ଏତେ ବୃଦ୍ଧାଶ୍ରମ ରହି ନଥାନ୍ତା । ମାଆଙ୍କୁ ହୃଦୟରୁ ଭଲ ପାଆନ୍ତୁ Status ରେ ଦେଇକି ନୁହେଁ । .
ଖୁସିରେ ରହିବା ପାଇଁ ମଣିଷ ଭିତରେ ଏହି ଦୁଇଟି ଜିନିଷ ରହିବା ଜରୁରୀ….*

ପ୍ରଥମ ହେଲା – ସହିବାର ଓ ଶୁଣିବାର ଶକ୍ତି….

ଦ୍ବିତୀୟ ହେଲା-ବୁଝିବା ଓ ବୁଝାଇବା ର ଶକ୍ତି….
ଓ ଶ୍ରୀ ଜଗନ୍ନାଥ ଶରଣଂ

ଅଦ୍ୟ ମଇ ମାସ ୨୫ ତାରିଖ ୨୦୨୪ ମସିହା(ଶନିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ବୈଶାଖମାସ- ଶୁକ୍ଳପକ୍ଷ
ତିଥି- ଦ୍ଵିତୀୟା ସନ୍ଧ୍ୟା ଘ୦୬/୫୦ ଗତେ ତୃତୀୟା
ନକ୍ଷତ୍ର- ଜ୍ୟେଷ୍ଠା ଦିବା ଘ୧୧/୦୭ ଗତେ ମୂଳା
ଚନ୍ଦ୍ର-ବିଛା
ଯୋଗ- ସିଦ୍ଧି
କରଣ -ତୈତିଳ
ସୌରମାସ- ବୃଷ ୧୨ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୫୧
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୧୭
*✧═════•❁❀
ଯୋଗିନୀ ଉତ୍ତରେ ସନ୍ଧ୍ୟା ଘ୦୭/୧୪ ଗତେ ଉତ୍ତରେ
ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର
ଅଦ୍ୟ ମୃତେ ଦ୍ଵିପାଦ ଓ ରାତ୍ରି ଘ ୦୬/୫୧ ଗତେ ଏକପାଦ ପୁଷ୍କରଦୋଷ
✧═════•❁❀❁•═══
କାଳବେଳା -ଦିବା ଘ ୦୬/୫୦ ମଧ୍ୟେ ଓ ଦିବା ଘ ୦୪/୪୦ଗତେ ଘ୦୬/୧୭ ମଧ୍ୟେ
ବାରବେଳା – ଦିବା ଘ ୦୧/୨୫ଗତେ ଘ୦୩/୦୨ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୩/୦୩ ଗତେ ଘ୦୫/୧୧ ମଧ୍ୟେ ଓ ରାତ୍ରି ଘ୦୭/୦୪ ଗତେ ଘ୦୭/୫୨ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୯/୧୧ ଗତେ ଘ୦୧/୨୪ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ବୋଇତିକଖାରୁ ସନ୍ଧ୍ୟା ଘ୦୬/୫୦ ଗତେ ପୋଟଳ ଭକ୍ଷଣ ନିଷେଧ

✧═════•❁❀❁•═════✧
ଆଜିର ରାଶିଫଳ
✧═════•❁❀❁•═════✧
ମେଷ
ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।*
✧═════•❁❀❁•═════✧
ବୃଷ
: ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।*
✧═════•❁❀❁•═════✧
ମିଥୁନ
: ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।*
✧═════•❁❀❁•═════✧
କର୍କଟ
: ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।*
✧═════•❁❀❁•═════✧
ସିଂହ
: ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।*
✧═════•❁❀❁•═════✧
କନ୍ୟା
: ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।*

✧═════•❁❀❁•═════✧
ତୁଳା
ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।*
✧═════•❁❀❁•═════✧
ବିଛା
: ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।*
✧═════•❁❀❁•═════✧
ଧନୁ
: ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।*
✧═════•❁❀❁•═════✧
ମକର
: ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।*
✧═════•❁❀❁•═════✧
କୁମ୍ଭ
: ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।*
✧═════•❁❀❁•═════✧
ମୀନ
: ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking