34.1 C
Bhubaneswar
Wednesday, May 1, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ନିଜ ରାସ୍ତା ନିଜେ କରିଥାଏ ନଦୀ
ସାଗରେ ମିଶିବା ପାଇଁ,
ଧର୍ମ କର୍ମେ ଜନ ଆତ୍ମା ହିଁ ସେମନ୍ତ
ପରମାତ୍ମାକୁ ଭେଟଇ ।

କାହାକୁ ବଦନାମ କରି ଖୁସି ହୁଅନ୍ତୁ ନାହିଁ କାହିଁକି ନା ସେ ଖୁସି ଆପଣଙ୍କର ଦୁଃଖର କାରଣ ହେଇ ନ ଯାଉ, କଥାରେ ଅଛି ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ।

କେବଳ ଆତ୍ମବିଶ୍ବାସ ହିଁ ମଣିଷକୁ ସଫଳତା ପାଖରେ ପହଞ୍ଚାଇଥାଏ ।

Selfish ମଣିଷ ଯେତେ ବି ମଧୁର ବଚନ କହୁ ନା କାହିଁକି ସେ ସବୁବେଳେ Chance ଅପେକ୍ଷାରେ ଥାଏ , ସ୍ବାର୍ଥ Fullfill ହୋଇଗଲେ ନିଜେ ପ୍ରକୃତ ଚେହେରା ସହ ବାହାରକୁ ଆସିଥାଏ ।
ନିଜ କର୍ମ ଉପରେ ବିଶ୍ୱାସ ରଖନ୍ତୁ, ରାଶି ଉପରେ ନୁହେଁ….

ରାଶି ତ ଶ୍ରୀରାମ ଓ ରାବଣଙ୍କର ଏକା ଥିଲା, କିନ୍ତୁ ତାଙ୍କ କର୍ମ ଅନୁସାରେ ତାଙ୍କୁ ଫଳ ମିଳିଲା….

ଏକତା ହିଁ ଶକ୍ତି ଶ୍ରୀ ଜଗନ୍ନାଥ ଶରଣ

ଅଦ୍ୟ ଅପ୍ରେଲ ମାସ ୧୮ ତାରିଖ ୨୦୨୪ ମସିହା(ଗୁରୁବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଚୈତ୍ରମାସ- ଶୁକ୍ଳପକ୍ଷ
ତିଥି- ଦଶମୀ ସନ୍ଧ୍ୟ ଘ୦୫/୩୨ ଗତେ ଏକାଦଶୀ
ନକ୍ଷତ୍ର- ଅଶ୍ଳେଷା ଦିବା ଘ୦୭/୫୬ ଗତେ ମଘା
ଚନ୍ଦ୍ର- କର୍କଟ ଦିବା ଘ୦୭/୫୬ ଗତେ ସିଂହ
ଯୋଗ- ଗଣ୍ଡ
କରଣ – ବାଣିଜ୍ୟ
ସୌରମାସ- ମେଷ ୦୫ ଦିନ
ଅଦ୍ୟ ସୁଦଶା ବ୍ରତ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୦/୦୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୨/୫୫
*✧═════•❁❀
ଯୋଗିନୀ ଉତ୍ତରେ ସନ୍ଧ୍ୟା ଘ୦୫/୩୧ ଗତେ ଅଗ୍ନିକୋଣେ
ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କର୍କଟ ଓ ମକର ରାଶିର ଘାତ ଚନ୍ଦ୍ର
ତୁଳା ଓ କୁମ୍ଭ ରାଶି ର ଘାତବାର
ଅଦ୍ୟ ମୃତେ ପୁଷ୍କର ଦୋଷନାସ୍ତି
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୨/୫୪ ଗତେ ଘ୦୪/୨୮ ମଧ୍ୟେ
══•❁❀❁•═
ବିଶୁଦ୍ଧ ଶୁଭ ବେଳା- ରାତ୍ରି ଘ୦୨/୨୫ ଗତେ ଘ୦୩/୧୨ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୧୦ ମଧ୍ୟେ ଓ ଘ ୧୦/୩୦ ଗତେ ଘ୦୧/୦୦ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ କଳମଶାଗ ସନ୍ଧ୍ୟା ଘ୦୫/୩୨ ଗତେ ଶିମ୍ବ ଭକ୍ଷଣ ନିଷେଧ

✧═════•❁❀❁•═════✧
ଆଜିର ରାଶିଫଳ
✧═════•❁❀❁•═════✧
ମେଷ: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।
✧═════•❁❀❁•═════✧
ବୃଷ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।
✧═════•❁❀❁•═════✧
ମିଥୁନ: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।
✧═════•❁❀❁•═════✧
କର୍କଟ: ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।
✧═════•❁❀❁•═════✧
ସିଂହ
କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।*
✧═════•❁❀❁•═════✧
କନ୍ୟା: ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।
✧═════•❁❀❁•═════✧
ତୁଳା: କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।
✧═════•❁❀❁•═════✧
ବିଛା: ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।
✧═════•❁❀❁•═════✧
ଧନୁ: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।
✧═════•❁❀❁•═════✧
ମକର: ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।
✧═════•❁❀❁•═════✧
କୁମ୍ଭ: କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।
✧═════•❁❀❁•═════✧
ମୀନ: ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking