27.1 C
Bhubaneswar
Saturday, July 27, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଜୀବନର ଖେଳ ବୁଝିବ କିଏ ସେ*
ଅଛି ବା କାହାର ସାଧ୍ୟ,
ଜିତୁ ଥିବା ଲୋକ ଖେଳୁ ଖେଳୁ କେବେ
ହାରିବାକୁ ହୁଏ ବାଧ୍ୟ ।

ଆଜି କାଲି ଲୋକଙ୍କୁ ଆପଣମାନେ ତ ଜାଣିଛନ୍ତି କେମିତି…..!
ସମ୍ପର୍କ ଛାଡ଼ିଦେବେ ଯେତେ ବି ଦାମିକା ସମ୍ପର୍କ ହେଉନା କାହିଁକି କିନ୍ତୁ ଜିଦି ଛାଡ଼ିବେ ନାହିଁ….।

ହାତୀର ଖାଇବା ଦାନ୍ତ ଅଲଗା ଆଉ ଦେଖେଇବା ଦାନ୍ତ ଅଲଗା……
ମଣିଷର ମୁହଁ ତୁମ ସାମ୍ନାରେ ଗୋଟେ ତୁମ ପଛରେ ଆଉ ଗୋଟେ ।

କାହାକୁ ଏମିତି କଥା କୁହନି ଯେମିତି ପରେ Sorry କହିବାକୁ ପଡ଼ିବ, କାହାକୁ ଏମିତି ଦୂରେଇ ଦିଅନି ଯେମିତି Miss କରିବାକୁ ପଡ଼ିବ, କାହାକୁ ଏମିତି କଷ୍ଟ ଦିଅନି ଯେମିତି ପରେ ଆଖିରୁ ଲୁହ ଝରାଇବାକୁ ପଡ଼ିବ।

ଅଦ୍ଯ ବିଛା ଦି୧୨ନ, ମାର୍ଗଶୀର କୃଷ୍ଣ ପ୍ରତିପଦ ଦ୧୮।୫୪ ଦିଘ ୧।୪୦,ରୋହିଣୀ ଦ୧୯।୧୭ ଦିଘ୧।୪୯,ବୃଷ ଚନ୍ଦ୍ର ଦ୪୯।୫୦ ରାଘ ୨।୨.
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ବିଛା ଦ୨/୦୧/୨୦ ଇଂଘ ୬/୦୬/୦୯ ଗତେ ଉଦୟ।
ବୃଷ ଦ୨/୧୧/୫୦ ଇଂଘ ୫/୦୨/୦୮ ଗତେ ଅସ୍ତ ।

ଯୋଗିନୀ ପୂର୍ବେ । ଦିବା ଘ୧।୪୦ ଗତେ ଉତ୍ତରେ । ଯାତ୍ରା ନାସ୍ତି । ଅଦ୍ୟ ମୃଗଶିରା ନକ୍ଷତ୍ରେ ରାତ୍ରୈ। ବିବାହ ଓ ପାଣିଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୧।୪୯ ଗତେ ଆର୍ଦ୍ରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ସ୍ବାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୨।୨ ଗତେ ମିଥୁନ କର୍କଟ ସିଂହ ଧନୁ ମକର ମୀନ ମେଷ ଏ ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି । କନ୍ୟା ରାଶିର ଘାତଚନ୍ଦ୍ର । ମକର ରାଶିର ଘାତବାର । ଦିବା ଘ୭।୨୯ ଗତେ ଘ୮।୫୧ ମଧ୍ୟେ କାଳବେଳା । ଘ୧।୫୭ ଗତେ ଘ୨।୨୯ ମଧ୍ୟେ ବାରବେଳା । ରାତ୍ରି ଘ୬।୪୧ ଗତେ ଘ୮।୧୯ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ଦିବା ଘ୧।୪୦ ଗତେ ଦ୍ବିପାଦ ଦୋଷ ।ଫଳଂ କୃଷି ଓ ପଶୁ ହାନି । ଭୂମି ଓ ଅନ୍ନ ଦାନ । ପ୍ରତିପଦାର ଏକୋଦ୍ଦିଷ୍ଟ ଓ ଦ୍ଵିତୀୟାର ପାର୍ବଣ ଶ୍ରାଦ୍ଧ । କୁଷ୍ମାଣ୍ଡ (ପାଣି କଖାରୁ) ଦିବା ଘ୧।୪୦ ଗତେ ବୃହତୀ(ବୋଇତି କଖାରୁ) ଭକ୍ଷଣ ନିଷେଧ । ଛାଡ଼ଖାଇ ଓ ରୋହିଣୀ ପ୍ରତିପଦ ସ୍ନାନ ।

(ଅମୃତ) – ଦିବା ଘ୬।୫୪ ମଧ୍ୟେ ଘ୭।୪୨ ଗତେ ଘ୧୧।୪୨ ମଧ୍ୟେ ରାତ୍ରି ଘ୭।୨୫ ଗତେ ଘ୮।୧୩ ମଧ୍ୟେ ଘ୯।୧ ଗତେ ଘ୧୧।୨୫ ମଧ୍ୟେ ଘ୧।୧ ଗତେ ଘ୨।୩୭ ମଧ୍ୟେ ଘ୪।୧୩ ଗତେ ଘ୫।୧ ମଧ୍ୟେ । (ମାହେନ୍ଦ୍ର) – ରାତ୍ରି ଘ୭।୨୪ ମଧ୍ୟେ ।
ରାଶି ଫଳ

ମେଷ: ବୁଲିବାରେ ଅଧିକ ସମୟ ବ୍ୟୟ କରିବେ। ବାଲ୍ୟ ବନ୍ଧୁ ସହିତ ଦେଖା ହୋଇପାରେ। ନୂଆ କାର୍ଯ୍ୟରେ ଆଗ୍ରହ ବଢ଼ିବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।

ବୃଷ: କୌଣସି ବ୍ୟକ୍ତିଙ୍କ ମାଧ୍ୟମରେ ଆପଣଙ୍କୁ ଆଶାଠୁଁ ଅଧିକ ଲାଭ ହେବ। କର୍ମଜୀବୀ ମହିଳା ନୂଆ କୌଶଳ ଶିଖିବେ। ବନ୍ଧୁ ତାଲିକାରେ ଭଲ ଲୋକ ଯୋଡ଼ିବେ। ଛାତ୍ରଙ୍କୁ ସୁସମ୍ବାଦ ମିଳିବ।

ମିଥୁନ: ବିଶେଷ କାର୍ଯ୍ୟ ଶୀଘ୍ର ସମାପ୍ତ କରିଦେବେ। ଅଫିସରେ ପଦୋନ୍ନତିର ଆଭାସ ପାଇବେ। ବ୍ୟବସାୟରେ ଧନଲାଭ ହେବ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ।

କର୍କଟ: ଅଧୁରା ଥିବା କାମ ପୂରା କରିପାରିବେ। ଅଫିସରେ ବରିଷ୍ଠ ଅଧିକାରୀଙ୍କ ସହିତ ସଂପର୍କରେ ଘନିଷ୍ଠତା ବଢ଼ିବ। ଦାମ୍ପତ୍ୟ ଜୀବନରେ ଖୁସି ରହିବେ। ଅଚାନକ ଖର୍ଚ୍ଚ ବଢ଼ିପାରେ।

ସିଂହ: ଆପଣ ଭାବିଥିବା କାମ ପୂରା ହୋଇଯିବ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ। ପିଲାମାନଙ୍କ ଲାଗି ଦରକାରୀ ଜିନିଷ କିଣିବେ।

କନ୍ୟା: ଯେକୌଣସି କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ। ପରିଶ୍ରମର ସଂପୂର୍ଣ୍ଣ ଫଳ ଆପଣଙ୍କୁ ମିଳି ନ ପାରେ। ମହିଳାମାନଙ୍କୁ ପରିବାରର ପୂରା ସହଯୋଗ ମିଳିବ।

ତୁଳା: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ଧନଲାଭର ଯୋଗ ରହିଛି। ଆପଣଙ୍କ ମନ ପସନ୍ଦ କଂପାନିରୁ ସାକ୍ଷାତକାର ଲାଗି ଡାକରା ଆସିବ। ପ୍ରେମିକ ସହିତ ସମ୍ବନ୍ଧ ଭଲ ରହିବ।

ବିଛା: ସନ୍ତାନ ଆପଣଙ୍କୁ ଭଲ ସମାଚାର ଦେବେ। ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ଆର୍ଥିକ ମାମଲାରେ ଆପଣଙ୍କୁ ବହୁତ ଲାଭ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।

ଧନୁ: ପୂର୍ବ କଥାକୁ ନେଇ ମନସ୍ତାପରେ ରହିବେ। ଖର୍ଚ୍ଚ ବଢ଼ିବା ହେତୁ ଚିନ୍ତିତ ହୋଇପାରନ୍ତି। ନୂଆ କାମ ଆରମ୍ଭ କରିବାରୁ ନିବୃତ୍ତ ରୁହନ୍ତୁ। ବନ୍ଧୁ ସହିତ ମତଭେଦ ହୋଇପାରେ।

ମକର: ଅନ୍ତରଙ୍ଗ ବନ୍ଧୁ ସହିତ ଦେଖାହେବା ଯୋଗୁଁ ମନ ଖୁସି ହୋଇଯିବ। ସରକାରୀ ଚାକିରିଆ ଭଲ ଖବର ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ।

କୁମ୍ଭ: ସାମାଜିକ କାର୍ଯ୍ୟରେ ଯୋଗ ଦେବାର ସୁଯୋଗ ମିଳିପାରେ। ନିଜ କାମରେ ଅଧିକ ଖର୍ଚ୍ଚ କରିପାରନ୍ତି। ସାଥିରେ କାମ କରୁଥିବା ଲୋକେ ଆପଣଙ୍କ ଉପରେ ଖୁସି ରହିବେ।

ମୀନ: ଆୟରେ ବୃଦ୍ଧି ହେବ। ପାରିବାରିକ ଦାୟିତ୍ବ ସଂପୂର୍ଣ୍ଣ କରିପାରିବେ। ନୂଆ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ ହେବ। ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking