33.1 C
Bhubaneswar
Monday, May 6, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଜଣେ ମଣିଷର ରାଗ କମିପାରେ କି ଥମିପାରେ କିନ୍ତୁ ତା’ର ଘୃଣା କଦାପି କମେନା କି ଥମେନା,ଯଦ୍ଦ୍ୱାରା ଅନ୍ୟକୁ ଭଲ ପାଇବାର ଅମୃତ ଟିକକ ସେ କେବେବି ଦେଇ ପାରେନା।ତେବେ ଏ ସୁନ୍ଦର ପୃଥିବୀର ସର୍ବଶ୍ରେଷ୍ଠ ଜୀବ ହୋଇ ଏହି ଘୃଣ୍ୟ ଘୃଣାକୁ ମନରେ ସ୍ଥାନ ନ ଦେବା ପାଇଁ ସଂକଳ୍ପ କରିବା ଉଚିତ୍ ll

ସାଧାରଣତଃ ଆମର ଜୀବନ ଓ କାର୍ଯ୍ୟକ୍ଷେତ୍ର ଆମର ପରିବାର ଓ ବନ୍ଧୁ ବାନ୍ଧବ ପାଖରେ ସୀମିତ ଥାଏ. କିନ୍ତୁ ଯଦି ଏହାକୁ ସମାଜ ସେବା ପାଇଁ ଯୋଡ଼ିଦେବା ତାହେଲେ ଆମକୁ ବହୂ କଷଟୀ ଭିତରେ ଦେଇ ଗତି କରିବାକୁ ପଡିଥାଏ ଓ ଏହାର କୀମତ ମଧ୍ୟ ଦେବାକୁ ପଡିଥାଏ କାରଣ ଏ ସମାଜରେ ପରିଶ୍ରମ ଓ ଭଲକୁ ଲୋକେ କମ ପସନ୍ଦ କରନ୍ତି . କୀମତ ଦେଇ ଯିଏ ସମାଜ ସେବାରେ ଯୋଡି ହୋଈ ରହି ପାରିବ ସେ କାହା ଆଗରେ ଭଲ ହଉ କି ନ ହଉ ପରମାତ୍ମା ପାଖରେ ହୃଦୟସ୍ପର୍ଶୀ ହୋଈ ରହିଥାଏ ll

ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ସର୍ବଦା ମିଛ କହୁଥାଏ ଓ ଆପଣଙ୍କ ଶତ୍ରୁ ଆଗରେ ଆପଣଙ୍କ ବିରୋଧରେ ଖରାପ କଥା କହୁଥାଏ ହେଲେ ଆପଣଙ୍କ ପାଖକୁ ଆସି ସେ ତୁମର ସେହି ଶତ୍ରୁ ବିଷୟରେ କହେ; ତେବେ ଜାଣନ୍ତୁ ସେଭଳି ମଣିଷ ସ୍ୱାର୍ଥପର ଅଟନ୍ତି ll

ମହାପୁରୁଷଙ୍କ ବାଣୀ”*

“ମୋର ସମସ୍ତ ଚଳଚ୍ଚିତ୍ର ଅସୁବିଧାରେ ପଡ଼ିବା ପାଇଁ ଏକ ଯୋଜନା ଉପରେ ନିର୍ମିତ, ତେଣୁ ମୋତେ ଜଣେ ସାଧାରଣ ଭଦ୍ରଲୋକ ପରି ଗମ୍ଭୀର ଭାବରେ ଦେଖାଯିବାର ସୁଯୋଗ ଦିଅ” – ଚାର୍ଲି ଚାପଲିନ୍ !!

ମାଟିଆ ରଙ୍ଗ କେଶ ର ମହିଳାମାନେ ସମସ୍ୟା ସୃଷ୍ଟି କରନ୍ତି | ସେମାନେ ଯିହୂଦୀମାନଙ୍କ ଅପେକ୍ଷା ଖରାପ” – ଚାର୍ଲି ଚାପଲିନ୍ !!

ମୋତେ ଗୋଟିଏ କମେଡ଼ି ଚଳଚ୍ଚିତ୍ର ନିର୍ମାଣ ପାଇଁ ଗୋଟିଏ ପାର୍କ,ଗୋଟିଏ ପୋଲିସ କର୍ମୀ ଏବଂ ଗୋଟିଏ ସୁନ୍ଦର ଝିଅର ଆବଶ୍ୟକ ହୋଇଥାଏ” – ଚାର୍ଲି ଚାପଲିନ୍ !!

“ମୁଁ ଟଙ୍କା ପାଇଁ ବ୍ୟବସାୟକୁ ଗଲି, ଏବଂ ସେହିଠାରେ କଳାର ଜନ୍ମ ହେଲା | ଯଦି ଏହି ମନ୍ତବ୍ୟ ଦ୍ୱାରା ଲୋକମାନେ ନିରାଶ ହୁଅନ୍ତି, ତେବେ ମୁଁ କିଛି କରିପାରିବି ନାହିଁ | ତାହା ହେଉଛି ସତ୍ୟ” – ଚାର୍ଲି ଚାପଲିନ୍ !!

ଆମେରିକା ବର୍ତ୍ତମାନ ମୋ ପାଇଁ କୌଣସି ଲାଭ ନାହିଁ | ଯଦିଓ ଯୀଶୁ ଖ୍ରୀଷ୍ଟ ସେଠାରେ ରାଷ୍ଟ୍ରପତି ହୁଅନ୍ତି, ତଥାପି ମୁଁ ସେଠାକୁ ଯିବି ନାହିଁ” – ଚାର୍ଲି ଚାପଲିନ୍ !!

ଗୀତା ଉପଦେଶ *

“ଏହି ଓଁ ଉଚ୍ଚାରଣ କରି ବ୍ରହ୍ମବାଦୀଗଣ ସର୍ବଦା ଯଜ୍ଞ ତପସ୍ୟା ଓ ଦାନ କର୍ମ ଆରମ୍ଭ କରିଥାନ୍ତି !!”

ମୋକ୍ଷକାଂକ୍ଷୀ ବ୍ୟକ୍ତିମାନେ ତତ୍‍ ଶବ୍ଦ ଉଚ୍ଚାରଣ କରି ଫଳରେ କୌଣସି ଆଶା ନରଖି ଯଜ୍ଞ ତପ ଏବଂ ବିବିଧ ଦାନାଦି କର୍ମ କରିଥାନ୍ତି !!”

ହେ ଅର୍ଜୁନ ପରମାତ୍ମାଙ୍କର ସତ୍‍ ନାମଟି ପ୍ରତ୍ୟେକ ସତ୍ତାରେ ଏବଂ ଶ୍ରେଷ୍ଠଭାବରେ ପ୍ରଯୁଜ୍ୟ ହୋଇଥାଏ ଏବଂ ଶୁଭଙ୍କର କାଯ୍ୟେର୍ ମଧ୍ୟ ସତ୍‍ଶବ୍ଦ ବ୍ୟବହାର କରାଯାଏ !!”

ତପସ୍ୟାରେ ଓ ଦାନାଦି କର୍ମରେ ସତ୍‍ ଶବ୍ଦ ବ୍ୟବହାର କରି କର୍ତ୍ତାର ଏକନିଷ୍ଠ ସ୍ଥିତି ବ୍ୟକ୍ତକରାଯାଏ । ପୁନଃ ସେହି ସମ୍ପର୍କୀତ କର୍ମ ବା ଭଗବତ୍‍ ପ୍ରୀତ୍ୟର୍ଥେ କରାଯାଉଥିବା କର୍ମ ସତ୍‍ ଶବ୍ଦ ଦ୍ୱାରା ଅଭିହିତ ହୋଇଥାଏ !!”

ଅଦ୍ୟ ଜାନୁଆରୀ ମାସ ୦୮ ତାରିଖ ୨୦୨୩ ମସିହା(ରବିବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-ଅନଳ
ମାଘମାସ-କୃଷ୍ଣପକ୍ଷ
ତିଥି- ପ୍ରତିପଦ ପ୍ରାତଃ ଘ୦୭/୦୨ ଗତେ ଦ୍ଵିତୀୟା
ନକ୍ଷତ୍ର-ପୂଷ୍ୟ।
ଚନ୍ଦ୍ର-କର୍କଟ
ଯୋଗ- ବୈଧୃତି
କରଣ – କୌଳବ
ସୌରମାସ- ଧନୁ ୨୪ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୩୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୯/୪୭
*✧═════•❁❀
ଯୋଗିନୀ ପୁର୍ବେ.ପ୍ରାତଃ ଘ୦୭/୦୨ ଗତେ ଉତ୍ତରେ
ମେଷ ରାଶିର ଘାତବାର
ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୧୦/୩୦ ଗତେ ଘ୦୧/୧୩ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୧୬ ଗତେ ଘ୦୯/୩୮ ମଧ୍ୟେ ଓ ରାତ୍ରି ଘ୦୭/୪୦ ଗତେ ଘ୦୯/୩୬ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୪/୫୩ ଗତେ ଘ୫/୨୦ ମଧ୍ୟେ
═✧*══•❁❀❁•═════✧
*ଅଦ୍ୟ ବୋଇତିକଖାରୁଖାଇବା ନିଷେଧ *
ଆଜିର ରାଶିଫଳ
✧═════•❁❀❁•═════✧
🌹ମେଷ🌹👉ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ | ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ।
✧═════•❁❀❁•═════✧
🌹ବୃଷ🌹👉ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ | ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ ଗଢିବାରେ ସହାୟ ହେବ | କାର୍ଯ୍ୟସ୍ଥଳୀରେ ଉଚସ୍ଥ ଅଧିକାରୀ ପ୍ରଶଂସା କରିବେ | ବ୍ୟାପାର ଲାଭଦାୟକ ରହିବ | ପରିବାରରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହିବେ |
✧═════•❁❀❁•═════✧
🌹ମିଥୁନ🌹👉ଆଜି ଅଯଥା ଚିନ୍ତା ବୃଦ୍ଧି ଯୋଗୁଁ ମାନସିକ ଅବସାଦ ଦେଇ ଗତି କରିବେ | ସାହିତ୍ୟ, କଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ | କାର୍ଯ୍ୟକ୍ଷେତ୍ରରେ ସମ୍ବେଦନଶୀଳ କଥା କହିବା ଯୋଗୁଁ ପରିସ୍ଥିତି ବିଗଡିଯାଇପାରେ | ବ୍ୟାପାର ମଧ୍ୟମ ରହିବ | ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ |
✧═════•❁❀❁•═════✧
🌹କର୍କଟ🌹👉ଆଜି ଦିନ ଶୁଭ ରହିବାରୁ ମନ ପ୍ରସନ୍ନ ରହିବ | ଆର୍ଥିକ ଲାଭ ହେବା ସହ ସାମାଜିକ ମାନ-ସମ୍ମାନ ମିଳିପାରେ | ପୁରାତନ ବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ଭେଟ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ବିରୋଧୀଙ୍କ ଷଡ଼ଯନ୍ତ୍ରକୁ ନିଜ ବୁଦ୍ଧିମତା ଦ୍ୱାରା ଏଡ଼ାଇଯିବେ | ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ ।
✧═════•❁❀❁•═════✧
🌹ସିଂହ🌹👉ଆଜି ବ୍ୟୟବୃଦ୍ଧି ହେବ | ଚକ୍ଷୁ ପୀଡା ଦେଖାଦେବ | ନିଜ ସମ୍ପର୍କୀୟମାନଙ୍କୁ କଟୁବାକ୍ୟ କହି ଶତ୍ରୁତା କରିବସିବେ | କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କରି ମଧ୍ୟ ସମାଲୋଚିତ ହେବେ | ବ୍ୟାପାରରେ କ୍ଷତି ସହିପାରନ୍ତି | ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଜି ମନକୁ ବ୍ୟଥିତ କରିପାରେ |
✧═════•❁❀❁•═════✧
🌹କନ୍ୟା🌹👉ଆଜି ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ସୁଖ ଓ ଆନନ୍ଦ ମିଳିପାରେ | ଶୁଭ ସମାଚାର ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ମିଠା କଥା କହି ଉତ୍ତମ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ ହାସଲ କରିବାରେ ସଫଳ ହେବେ | ବ୍ୟାପାର ଲାଭଦାୟୀ ରହିବ | ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ |
✧═════•❁❀❁•═════✧
🌹ତୁଳା🌹👉ଆଜି ଖର୍ଚ୍ଚବୃଦ୍ଧି ହେବା ସହ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ | ନିଜ ବାକ-ଅସଂଯତା ଯୋଗୁ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇପାରେ | ମାଲି ମକଦ୍ଦମା କାର୍ଯ୍ୟ କରନ୍ତୁ ନାହିଁ | କାର୍ଯ୍ୟକ୍ଷେତ୍ରରେ ସ୍ଥାନଂତରଣ ଯୋଗ ରହିଛି | ବ୍ୟାପାରରେ ପାର୍ଟନର ସହ ମତଭେଦ ହୋଇପାରେ | ପରିବାରରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଳହ ହୋଇପାରେ |
✧═════•❁❀❁•═════✧
🌹ବିଛା🌹👉ଆଜି ଉପହାର ମିଳିପାରେ | କୌଣସି ସ୍ତ୍ରୀ ମିତ୍ର ସାହାଯ୍ୟ କରିବେ | କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ସମ୍ମାନିତ ହେବେ | କାର୍ଯ୍ୟକ୍ଷେତ୍ରରେ ଉଚସ୍ଥ ଅଧିକାରୀଙ୍କ ପ୍ରଶଂସାଭାଜନ ହେବେ | ବ୍ୟାପାରରେ ନୂତନ ଯୋଜନା କରି ସୁଫଳ ମିଳିପାରେ | ପରିବାରରେ ସୁଖରେ ସମୟ କାଟିବେ |
✧═════•❁❀❁•═════✧
🌹ଧନୁ🌹👉ଆଜି ସବୁ କ୍ଷେତ୍ରର ସଫଳତା ପାଇପାରନ୍ତି | ଶାରୀରିକ ଓ ମାନସିକ ସୁସ୍ଥତା ସହ ମାନ-ସମ୍ମାନ ମିଳିପାରେ | କୌଣସି ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ | ବ୍ୟାପାରରେ ଗ୍ରାହକକୁ ମିଠା କଥା କହି ଆକୃଷ୍ଟ କରେଇ ଲାଭବାନ ହୋଇପାରନ୍ତି | ପରିବାରରେ ସୁଖ-ଶାନ୍ତିରେ ସମୟ କଟିବ |
✧═════•❁❀❁•═════✧
🌹ମକର 🌹👉ଆଜି ଶାରୀରିକ ଓ ମାନସିକ ଅସୁସ୍ଥତା ଦେଇ ଗତି କରିବେ | ବିରୋଧୀଙ୍କ ସମାଲୋଚନା ଯୋଗୁଁ ତର୍କ-ବିତର୍କ ହୋଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ | ଅଯଥା ଖର୍ଚ୍ଚ ବଢ଼ିଯିବ | କର୍ମସ୍ଥଳୀରେ ହଠାତ ଜରୁରୀ କାର୍ଯ୍ୟକୁ ନେଇ ବିଦେଶ ଯାତ୍ରାର ମଉକା ମିଳିପାରେ | ବ୍ୟାପାରରେ କାର୍ଯ୍ୟଶୈଳୀ ଦ୍ୱାରା ବାଧା-ବିଘ୍ନକୁ ଏଡାଇଯିବେ ।
✧═════•❁❀❁•═════✧
🌹କୁମ୍ଭ🌹👉ଆଜି ସ୍ୱାସ୍ଥ୍ୟ ବିଗିଡିଯାଇପାରେ | କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ | ଖର୍ଚ୍ଚବୃଦ୍ଧି ଯୋଗୁଁ ଆର୍ଥିକ ସମସ୍ୟା ହୋଇପାରେ | କାର୍ଯ୍ୟସ୍ଥଳୀରେ ଅଧିକ କାର୍ଯ୍ୟଭାର ଯୋଗୁଁ ଥକ୍କା ଅନୁଭୂତ ହେବ | ବ୍ୟାପାରରେ ଦିନଟି ଅଶୁଭ ରହିପାରେ | ପରିବାରରେ ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ |
✧═════•❁❀❁•═════✧
🌹ମୀନ🌹👉ଆଜି କୌଣସି ମନୋରଞ୍ଜନ ପାଇଁ ବାହାରକୁ ଯାଇପାରନ୍ତି | ଆର୍ଥିକ ଲାଭ ସହ ସାହିତ୍ୟ, କଳା କ୍ଷେତ୍ରରେ ସୁଫଳ ମିଳିପାରେ | ନୂତନ ବସ୍ତ୍ରଭୂଷଣଃ ଲାଭ କରିବେ | କାର୍ଯ୍ୟସ୍ଥଳୀରେ ଧିମା କାର୍ଯ୍ୟ କରିବା ଯୋଗୁଁ ସମାଲୋଚିତ ହେବେ | ବ୍ୟାପାରରେ ପାର୍ଟନର ସହ ନୂତନ ନିବେଶ କରି ଲାଭବାନ ହୋଇପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking