ଏହି ଚାରୋଟି କ୍ଷେତ୍ରରେ କେବେ ବି ଲାଜ କରିବ ନାହିଁ
ପୁରୁଣା ବସ୍ତ୍ର
ଗରିବ ସାଙ୍ଗ
ସାଧାରଣ ଜୀବନ ଏବଂ
ବୟସ୍କ ବାପା ମାଆ —
ମଣିଷର ଅସଲ ଚରିତ୍ର ତେବେ ସାମ୍ନାକୁ ଆସିଥାଏ
ଯେବେ ସେ ନିଶାରେ ଥାଏ, ସେ ନିଶା ଧନର ନିଶା ହେଇଥାଉ, ପଦର ନିଶା ହୋଇଥାଉ ବା ମଦର ନିଶା ହୋଇଥାଉ ।
ପିତା ମାତାଙ୍କ ଆଖିରେ ଦୁଇଥର ଲୁହ ଆସିଥାଏ
୧: ଯେବେ ଝିଅ ଶାଶୁଘର ଚାଲିଯାଏ ।
୨: ଯେବେ ପୁଅ ମୁହଁ ମୋଡିଦିଏ ।
ଉପଯୋଗ ନ ଥିଲେ – ଧନ ବ୍ଯର୍ଥ
ବିନମ୍ରତା ନ ଥିଲେ – ବିଦ୍ଯା ବ୍ଯର୍ଥ
ସାହସ ନ ଥିଲେ – ଅସ୍ତ୍ରଶସ୍ତ୍ର ବ୍ଯର୍ଥ
ଗୁଣ ନ ଥିଲେ – ରୂପ ବ୍ଯର୍ଥ
ପରୋପକାର ନ କଲେ – ଜୀବନ ବ୍ଯର୍ଥ
ଜୀବନରେ ସବୁଠାରୁ ବଡ Surprise ହେଉଛି ମୃତ୍ୟୁ ।ହଠାତ୍ ଦିନେ ଆସି ସମସ୍ତଙ୍କୁଆଜିର ଯୁଗରେ ବିନା ସ୍ୱାର୍ଥରେ କିଏ ତୁମ ସାଙ୍ଗରେ ମିଶିବା ତ ବଡ଼କଥା,ସେ କଥା ବାର୍ତ୍ତା ମଧ୍ୟ କରି ନଥାନ୍ତି,ସେମାନେ ତୁମ ସାଥ କଣ ଦେବେ ଏଣୁ କାହାଠାରୁ ଅଧିକ ଆଶା କର ନାହିଁ।ମନେରଖ ତୁମେ ଯାହା ସହିତ ବେଶି ଜଡ଼ିତ ରହିଥାଅ ସିଏ ହିଁ ତୁମକୁ ଗଭୀର ଆଘାତ ଦେଇଥାଏ।
“ଯିଏ ତୁମ ପାଖକୁ ଆସି ଅନ୍ୟର ନିନ୍ଦା କରେ ସେ ତୁମ ନାଁ ରେ ବି ଅନ୍ୟ କାହା ପାଖରେ ନିନ୍ଦା କରୁଥିବ,ଏପରି ଲୋକଙ୍କଠୁ ଯେତେ ଦୂରତ୍ୱ ବଜାୟ ରଖିବେ ସେତେ ଭଲରେ ରହିବେ!!”
ସୁଖ ହେଉଛିି ଏକ ଅନୁଭବ ଯାହାକୁ ସମସ୍ତେ ଖୋଜନ୍ତି,ଦୁଃଖ ହେଉଛି ଏକ ଅନୁଭୂତି ଯାହା ସମସ୍ତଙ୍କ ପାଖରେ ଅଛି !”
ଆତ୍ମ ଶାନ୍ତି ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେବା ଦରକାର କାରଣ ମଣିଷ ପାଖରେ ଯେତେ ଧନ ଦୌଲତ ଥିଲେ ବି ତାହାର କିଛି ବି ମାନେ ନାହିଁ,ଯଦି ମଣିଷ ପାଖରେ ଶାନ୍ତି ନାହିଁ।
“ଦୀପର କାହାଣୀ ବହୁତ୍ ଅଜବ ହୋଇଥାଏ, ଜଳେବି ତ କାହାକୁ ଆଲୋକ ଦେବା ପାଇଁ ଆଉ ଲିଭେ ବି ତ କାହାକୁ ଶାନ୍ତିର ନିଦ ଦେବା ପାଇଁ !”
କଠିନ ପରିଶ୍ରମ ଜାରି ରଖିଥାନ୍ତୁ ଦେଖିବେ ଦିନେ ଆପଣ ପଛକୁ ଚାହିଁ ଆଶ୍ଚର୍ଯ୍ୟ ହେବେ ଜିବନ ରେ କେତେ ସଫଳତା ପାଇ ଛନ୍ତି
ସମ୍ବତ୍ସର-କାଳ
ମାଘମାସ- ଶୁକ୍ଳପକ୍ଷ
ତିଥି- ଏକାଦଶୀ ରାତ୍ରି ଘ ୦୮/୨୬ ଗତେ ଦ୍ଵାଦଶୀ
ନକ୍ଷତ୍ର- ମୁର୍ଗଶିରା ସନ୍ଧ୍ୟା ଘ ୦୬/୫୪ ଗତେ ଆର୍ଦ୍ରା
ଚନ୍ଦ୍ର – ବୃଷ ଘ ୦୭/୦୫ ଗତେ ମିଥୁନ
ଯୋଗ- ବୈଧୃତି
କରଣ – ବବ
ସୌରମାସ- ମକର ୨୬ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୩/୨୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୯/୨୨
*✧═════•❁❀
ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୮/୨୬ ଗତେ ନୈରୁତେ
ଏକାଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କନ୍ୟା ରାଶିର ଘାତଚନ୍ଦ୍ର
ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୭/୪୫ ମଧ୍ୟେ ଓ ଦିବା ଘ୦୪/୧୬ ଗତେ ଘ୦୫/୪୦ ମଧ୍ୟେ
ବାରବେଳା – ଦିବା ଘ୦୧/୨୮ ଗତେ ଘ୦୨/୫୩ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୧୦/୨୧ଗତେ ଘ୦୧/୩୦ ମଧ୍ୟେ ଓ ରାତ୍ରି ଘ୦୮/୪୦ ଗତେ ଘ୧୦/୩୦ ମଧ୍ୟେ ଓ ଘ୧୨/୪୦ ଗତେ ଘ୦୧/୨୮ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ଶିମ୍ବ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।*
✧═════•❁❀❁•═════
ବୃଷ
-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।*
✧═════•❁❀❁•═════
ମିଥୁନ
:-ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।*
✧═════•❁❀❁•═════
କର୍କଟ:
-ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।*
✧═════•❁❀❁•═════
ସିଂହ
:-ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।*
✧═════•❁❀❁•═════
କନ୍ୟା
:-ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।*
✧═════•❁❀❁•═════
ତୁଳା
:-ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ।କୌଣସି କାମ ସ୍ଥଗିତ ରହିବ ନାହିଁ କିନ୍ତୁ ହସ୍ତା ନକ୍ଷତ୍ର ସକାଶେ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।*
✧═════•❁❀❁•═════
ବିଛା
:-ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଜ୍ୟେଷ୍ଠା ନକ୍ଷତ୍ର ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।*
✧═════•❁❀❁•═════
ଧନୁ
:-ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।*
✧═════•❁❀❁•═════
ମକର
:-ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି ।ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ । ବିଳାସବ୍ୟସନ ଦ୍ରବ୍ୟକ୍ରୟ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ସହ ଏହାକୁ ସଫଳକରିବାର ମଉକା ପାଇପାରିବେ।*
✧═════•❁❀❁•═════
କୁମ୍ଭ
-ଆଜି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।*
✧═════•❁❀❁•═════
ମୀନ
:-ଆଜିର ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।