ଯେପରି ପୃଥିବୀ ତାର ସନ୍ତୁଳନ ରଖି ନ ପାରିଲେ ତା’ର କୋଣ ଅନୁକୋଣରେ ଭୂମିକମ୍ପ ଅନୁଭୂତ ହୁଏ, ସେପରି ନିଜ ଜିଭ ଉପରେ ଯଦି ସନ୍ତୁଳନ ନ ରଖିବ, ତା ହେଲେ ତୁମେ କହୁଥିବା କଥା ପାଇଁ କିଛି ବି ହୋଇପାରେ । ଫୁଲର ବାସ୍ନା କେବଳ ପବନର ବେଗ ଯୋଗୁଁ ବ୍ୟାପିଥାଏ କିନ୍ତୁ ଏକ ଭଲ ଭାବନା ଏବଂ କଠିନ ପରିଶ୍ରମ କରୁଥିବା ବ୍ୟକ୍ତିର ଗୁଣଗାନ ସବୁଆଡେ ବ୍ୟାପିଥାଏ ।।
କ୍ରୋଧ ଆସିଲେ ଚିଲେଇବା ପାଇଁ ଶକ୍ତିର ଆବଶ୍ୟକ ହୋଇ ନଥାଏ କିନ୍ତୁ କ୍ରୋଧ ଆସିଲେ ଚୁପ୍ ରହିବା ପାଇଁ ବହୁତ ଶକ୍ତିର ଆବଶ୍ୟକତା ଥାଏ । ଭଲ ଲୋକଙ୍କୁ ଭୁଲ୍ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ, ଯେତେବେଳେ ଠିକ୍ ବୁଝିବା ଆରମ୍ଭ କରେ ସେତେବେଳେ ସବୁକିଛି ସରି ଯାଇଥାଏ ।।
ଗୋଟିଏ ଗଛରୁ ଲକ୍ଷ ଲକ୍ଷ ମ୍ଯାଚିସ୍ କାଠ ତିଆରି କରାଯାଇ ପାରେ କିନ୍ତୁ ଗୋଟିଏ ମ୍ଯାଚିସ୍ କାଠିରୁ ଲକ୍ଷ ଲକ୍ଷ ବୃକ୍ଷଲତା କୁ ଜଳାଯାଇ ପାରିବ। କେହି କେତେ ଭି ନା ଶକ୍ତିଶାଳୀ ହୋଇଯାଉ କିନ୍ତୁ ସମୟ ଓ ପରିସ୍ଥିତି ତାକୁ ଶକ୍ତିଶାଳୀ ହେବାର ସୁଯୋଗ ଦେଇ ନଥାଏ
-ସଂସାରର ମହତ୍ଵପୂର୍ଣ୍ଣ ସେବା ମଧ୍ୟରୁ ଏକ ହେଉଛି ଜ୍ଞାନଯଜ୍ଞର ବିସ୍ତାର। ଏହା ଏପରି ସେବା ଯାହାର ଲାଭ ମାନବ ସମାଜକୁ ଯୁଗଯୁଗଧରି ମିଳେ । ଏହା ଏକ ଅକ୍ଷୟ ପୁଣ୍ୟଦାୟୀ କାର୍ଯ୍ୟ।
ଅଦ୍ୟ ଫେବୃଆରୀ ମାସ ୦୪ ତାରିଖ ୨୦୨୫ ମସିହା (ମଙ୍ଗଳବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ମାଘମାସ- ଶୁକ୍ଳପକ୍ଷ
ତିଥି- ସପ୍ତମୀ ରାତ୍ରି ଘ ୦୨/୩୩ ଗତେ ଅଷ୍ଟମୀ
ନକ୍ଷତ୍ର- ଅଶ୍ଵିନୀ ରାତ୍ରି ଘ ୧୦/୨୭ ଗତେ ଦ୍ଵିଜା
ଚନ୍ଦ୍ର – ମେଷ
ଯୋଗ- ଶୁଭ
କରଣ – ଗର
ସୌରମାସ- ମକର ୨୨ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୦୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୭/୨୨
*✧═════•❁❀
ଯୋଗିନୀ ବାୟବ୍ୟେ ରାତ୍ରି ଘ୦୨/୩୪ ଗତେ ଐଶାନ୍ୟେ
ସପ୍ତମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମେଷ ରାଶିର ଘାତଚନ୍ଦ୍ର
ମକର ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୧/୨୭ ଗତେ ଘ୦୨/୫୨ମଧ୍ୟେ
ବାରବେଳା – ଦିବା ଘ୦୭/୪୮ ଗତେ ଘ୦୯/୫୩ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୯/୫୩ଗତେ ଘ୧୧/୧୦ମଧ୍ୟେ ଓ ଘ୦୪/୦୦ ଗତେ ଘ୦୫/୩୯ମଧ୍ୟେ ଓ ରାତ୍ରି ଘ୦୬/୨୬ ଗତେ ଘ୦୮/୫୧ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ତାଳ ଭକ୍ଷଣ ନିଷେଧ
✧═════•❁❀❁•═════
ରାଶି ଫଳ
✧═════•❁❀❁•═════
ମେଶ
ଆଜି ଆପଣଙ୍କୁ ଦେବାଦେବୀ ଦର୍ଶନ ର ସୁଯୋଗମିଳିବ ,ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ।
✧═════•❁❀❁•═════
ବୃଷ
ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ।
✧═════•❁❀❁•═════
ମିଥୁନ
: ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ।
✧═════•❁❀❁•═════
କର୍କଟ
: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ। ପ୍ରେମରେ ସଫଳତା ମିଳିବ।
✧═════•❁❀❁•═════
ସି˚ହ
: ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।
✧═════•❁❀❁•═════
କନ୍ୟା
ଆଜି ଆପଣଙ୍କ ମନ ଅଶାନ୍ତି ରହିବା ସହ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କ˚ପାନିରେ ଚାକିରିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।
✧═════•❁❀❁•═════
ତୁଳା
: ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।
✧═════•❁❀❁•═════
ବିଛା
: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।
✧═════•❁❀❁•═════
ଧନୁ
: ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।
✧═════•❁❀❁•═════
ମକର
: ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମପ୍ରସଙ୍ଗ ଓ ବ୍ୟବସାୟରେ ରେ ସଫଳତା ମିଳିବ।
✧═════•❁❀❁•═════
କୁମ୍ଭ
ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।
✧═════•❁❀❁•═════
ମୀନ
: ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ। ପ୍ରେମ ସମ୍ପର୍କରେ ମଧୂରତା ସହ ସିକୃତି ମିଳିପାରେ।