31.1 C
Bhubaneswar
Tuesday, June 2, 2026
Homeଓଡିଶାଘୁଷୁରୀ ଚରାଉଥିବାବେଳେ ବିସ୍ଫୋରଣ, ଯୁବକଙ୍କ ମୃତ୍ୟୁ

ଘୁଷୁରୀ ଚରାଉଥିବାବେଳେ ବିସ୍ଫୋରଣ, ଯୁବକଙ୍କ ମୃତ୍ୟୁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ମଥୁରା ଗାଁରେ ଅଭାବନୀୟ ଘଟଣା । ଗାଁ ପୋଖରୀ ନିକଟରେ କେହି ଶିକାରୀ ବନ୍ୟଜନ୍ତୁ ଶିକାର ପାଇଁ ହାତ ବୋମା ଖଞ୍ଜିଥିଲେ । ଉକ୍ତ ବୋମାଟିରେ ଅଜାଣତରେ ମାଡ଼ିଦେବାରୁ ବିସ୍ଫୋରଣରେ ଘୁଷୁରୀ ଚରାଇବାକୁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ନୂଆ ମଳାଭଞ୍ଜା ବନ୍ଧସାହିର ଜି.ରାଜା । ଦିଗପହଣ୍ଡି ପୁଲିସ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଘୁଷୁରୀ ପଲକୁ ଚରାଇବାକୁ ମଥୁରା ଗାଁ ନିକଟ ପୋଖରୀକୁ ଲାଗି ରହିଥିବା ଚାଷଜମିକୁ ଯାଇଥିଲେ ଜି.ରାଜା । ସେଠାରେ ସେ ଘୁଷୁରୀ ଚରାଉଥିବା ବେଳେ ଜମିରେ ପଡ଼ିଥିବା ବୋମାକୁ ମାଡ଼ି ଦେବାରୁ ତାହା ବିସ୍ଫୋରଣ ହୋଇଥିଲା । ରାଜାଙ୍କ ଗୋଡ଼, ଜଙ୍ଘ ଓ ଅଣ୍ଟା ତଳକୁ ଆଘାତ ଲାଗିଥିଲା । ଖବର ପାଇ ପରିବାର ଲୋକେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଅପରାହ୍ନ ପ୍ରାୟ ୪ ଟାରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking