ଢେଙ୍କାନାଳ: ହାତୀ ନେଲା ଜୀବନ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ପୁଣି ହାତୀ ଆତଙ୍କର ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ମହାବୀର ରୋଡ୍ ରେଞ୍ଜ ଅନ୍ତର୍ଗତ ଡମୋଳ ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ଇଟା ଭାଟିରେ କାମ ସାରି ଘରକୁ ଫେରୁଥିବା ସମୟରେ ହଠାତ୍ ହାତୀ ଆକ୍ରମଣ କରିଥିଲା । ଅସାବଧାନତା ଏବଂ ହାତୀ ଉପଦ୍ରବ ଯୋଗୁଁ ସେ ହାତୀ ଆକ୍ରମଣର ଶିକାର ହୋଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଘଟଣା ପରେ ଡମୋଳ ଗାଁ ଓ ଆଖପାଖ ଅଞ୍ଚଳରେ ହାତୀ ଆତଙ୍କ ବଢ଼ିଯାଇଛି । ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି ଏବଂ ସନ୍ଧ୍ୟା ପରେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି ।










