ଭୁଲ କରିବା ଲୋକ ମହାନ ବ୍ୟକ୍ତି ମଧ୍ଯ ହୋଇପାରି ଥାଆନ୍ତି .. କିନ୍ତୁ ଧୋକା ଦେବା ଲୋକ ଆ ଜନ୍ମ ନୀଚ ହୋଇ ଥାଆନ୍ତି .. ଭୁଲ କରିବା ପାପ ନୁହେଁ .. କିନ୍ତୁ ଧୋକା ଦେବା ପାପ ଅଟେ .. !!”*
“ତୁମ ସେହି ଆଶା ଓ ବିଶ୍ବାସ ରେ କାମ କରୁଥାଅ , ଜୀବନ ର ଗତି ବଦଳିବା ନିଶ୍ଚିତ .. ପବନ କେବେ ହେଲେ ଗୋଟିଏ ଦିଗ କୁ ବହୁ ନ ଥାଏ … !!”*
ସେ ଜୀବନର କିଛି ମୂଲ୍ୟ ହିଁ ନଥାଏ ଯଦି ଅନ୍ୟର ଉପକାରରେ ନ ଆସେ … !!”*
“ସେ ରୂପର କିଛି ମୂଲ୍ୟ ହିଁ ନଥାଏ ଯଦି ଗୁଣ ନଥାଏ … !!”*
ସେ ବିଦ୍ୟାର କିଛି ମୂଲ୍ୟ ହିଁ ନଥାଏ ଯଦି ବିନମ୍ରତା ନଥାଏ … “
“ସେ ଅସ୍ତ୍ରର ମୁଲ୍ୟ କିଛି ନଥାଏ ଯଦି ମନରେ ସାହାସ ନଥାଏ … !!”*
“ସେ ଖାଦ୍ୟର କିଛି ମୂଲ୍ୟ ହିଁ ନଥାଏ ଯଦି ପେଟରେ ଭୋକ ନଥାଏ … !!”*
“ସେ ଧନର କିଛି ମୂଲ୍ୟ ହିଁ ନଥାଏ ଯଦି କାହାର ସାହାଯ୍ୟରେ ନଆସେ … !!”
ଅତିତର ପୀଢ଼ା କୁ ନେଇ ନୂତନ ଦିନ ଆରମ୍ଭ କରନ୍ତୁନାହିଁ….
କାରଣ
ଅତୀତର ଅସ୍ତୀତ୍ଵ ନାହିଁ, ବର୍ତ୍ତମାନଙ୍କୁ ନେଇ ଜିଇଁବା ଶିଖନ୍ତୁ….
ଏ ଦୁନିଆରେ ସବୁଠାରୁ କଷ୍ଟ କାମ ହେଲା କାହା ଓଠରେ ଟିକେ ହସ ଦେବା….
ଲୁହ ତ ସମସ୍ତେ ଦିଅନ୍ତି ହେଲେ ହସ କେବଳ ସିଏ ହିଁ ଦିଅନ୍ତି … ଯିଏ ଆମକୁ ପ୍ରକୁତରେ ଭଲ ପାଆନ୍ତି….
ଜୟ ଓଁ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
ଅଦ୍ୟ ଅକ୍ଟୋବର ମାସ ୦୭ ତାରିଖ ୨୦୨୪ ମସିହା(ସୋମବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଆଶ୍ୱିନମାସ- ଶୁକ୍ଳପକ୍ଷ
ତିଥି- ଚତୁର୍ଥୀ ଦିବା ଘ୦୯/୩୦ ଗତେ ପଞ୍ଚମୀ
ନକ୍ଷତ୍ର- ଅନୁରାଧା ରାତ୍ରି ଘ୦୨/୫୧ ଗତେ ଜ୍ୟେଷ୍ଠା
ଚନ୍ଦ୍ର – ବିଛା
ଯୋଗ- ପ୍ରୀତି
କରଣ – ବିଷ୍ଟି
ସୌରମାସ- କନ୍ୟା ୨୨ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୪୩/୨୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୭/୨୬
*✧═════•❁❀
ଯୋଗିନୀ ନୈରୁତେ ଦିବା ଘ ୦୯/୩୦ ଗତେ ଦକ୍ଷିଣେ
ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମିଥୁନ ରାଶି ର ଘାତବାର
✧═════•❁❀❁•═══
କାଳବେଳା-ଦିବା ଘ୦୭/୧୧ ଗତେ ଘ୦୮/୪୧ ମଧ୍ୟେ
ବାରବେଳା – ଦିବା ଘ୦୨/୨୬ଗତେ ଘ୦୪/୦୫ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୦ମଧ୍ୟେ ଓ ଘ୦୮/୫୫ ଗତେ ଘ୧୧/୨୦ ମଧ୍ୟେ ଓ ରାତ୍ରି ଘ୦୭/୪୮ ଗତେ ଘ୧୧/୦୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ମୂଳା ଦିବା ଘ ୦୮/୩୦ ଗତେ ବେଲ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ*
✧═════•❁❀❁•═════ମେଷ:
ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।*
✧═════•❁❀❁•═════
ବୃଷ:
ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।*
✧═════•❁❀❁•═════ ମିଥୁନ:
ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରିେବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।*
✧═════•❁❀❁•═════
କର୍କଟ:
ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।*
✧═════•❁❀❁•═════
ସି˚ହ:
ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।*
✧═════•❁❀❁•═════
କନ୍ୟା:
ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।*
✧═════•❁❀❁•════
ତୁଳା:
ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।*
✧═════•❁❀❁•═════
ବିଛା:
ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ମିଳିବ।*
✧═════•❁❀❁•═════
ଧନୁ:
ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।*
✧═════•❁❀❁•═════
ମକର:
ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ* ।
✧═════•❁❀❁•═════
କୁମ୍ଭ:
ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।*
✧═════•❁❀❁•═════
ମୀନ:
ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।