34.1 C
Bhubaneswar
Monday, May 25, 2026
Homeଓଡିଶାସାମାନ୍ୟ ବଚସା ନେଲ ଉଗ୍ର ରୂପ : କାର୍‌ ଓ ଅଟୋ ଜାଳିଦେଲେ ଦୁର୍ବୃତ୍ତ

ସାମାନ୍ୟ ବଚସା ନେଲ ଉଗ୍ର ରୂପ : କାର୍‌ ଓ ଅଟୋ ଜାଳିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର : ସାମାନ୍ୟ ବଚସା ନେଲ ଉଗ୍ର ରୂପ। କାର୍‌ ଓ ଅଟୋ ଜାଳିଦେଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଏନେଇ ଥାନରେ ଅଭିଯୋଗ କରିଛନ୍ତି ଗାଡ଼ି ମାଲିକ।

ଭୁବନେଶ୍ୱର ସ୍ଥିତ ବୁଦ୍ଧ ବିହାର ଆବାସ ଆପାର୍ଟମେଂଟ ବାହାରେ ଜଣେ ବ୍ୟକ୍ତି କାର୍‌ ଓ ଅଟୋ ରହିଥିଲା। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ କାର୍‌ ଓ ଅଟୋରେ ନିଆଁ ଲଗାଇ ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି। ଗାଡ଼ି ମାଲିକ କହିଛନ୍ତି, ଗତକାଲି ବିଳମ୍ବିତରେ ମୋର ୨ଟି ଗାଡ଼ିରେ କିଏ ଲାଗାଇ ଦେଇଥିଲା।।ପାଖ ପାଡ଼ୋଶୀ ଏହା ଦେଖି ମୋତେ ଡାକିଥିଲେ। ମୁଁ ଉଠି ଦେଖିଲା ବେଳକୁ ଗାଡ଼ି ୨ଟି ହୁତୁହୁତୁ ହୋଇ ଜଳୁଛି। ପରେ ବହୁ କଷ୍ଟରେ ନିଆଁକୁ ଆୟତ୍ତ କରାଯାଇଥିଲା। ଗାଡ଼ି ୨ଟି ଜଳିପୋଡ଼ି ପାଉଁଶ ହୋଇଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking