33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶ'ପୋନ୍ନିୟନ୍ ସେଲଭାନ୍' ରେ 400 ଜୁନିଅର କଳାକାରଙ୍କ ସହ ଶୁଟ କଲେ ଐଶ୍ୱର୍ଯ୍ୟା

‘ପୋନ୍ନିୟନ୍ ସେଲଭାନ୍’ ରେ 400 ଜୁନିଅର କଳାକାରଙ୍କ ସହ ଶୁଟ କଲେ ଐଶ୍ୱର୍ଯ୍ୟା

ନୂଆଦିଲ୍ଲୀ : ବଲିଉଡର ନୀଳ ନୟନା ଐଶ୍ୱର୍ଯ୍ୟା ରାଏ ବଚ୍ଚନ ନିଜ ସୁନ୍ଦରତା ପାଇଁ ଯେତିକି ପରିଚିତ ନିଜ ଦମଦାର ଅଭିନୟ ପାଇଁ ମଧ୍ୟ ସେତିକି ଫେମସ । ୯୦ ଦଶକରୁ ଆଜି ପର୍ଯ୍ୟନ୍ତ ବଲିଉଡରେ ତାଙ୍କର ଦବଦବା ରହିଛି । ନିଜ ଭୂମିକାକୁ ଅତି ନିଖୁଣ ଭାବେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିତିଥାନ୍ତି । ତେବେ ଦୀର୍ଘ ଦିନ ହେବ ଐଶ୍ୱର୍ଯ୍ୟା ବଡ ପରଦାରେ ନଜର ଆସି ନାହନ୍ତି । ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଫାନ୍ନି ଖାନ’ରେ ଦର୍ଶକ ଦେଖିବାକୁ ପାଇଥିଲେ । ବର୍ତ୍ତମାନ ଐଶ୍ୱର୍ଯ୍ୟଙ୍କର ଅପକମିଙ୍ଗ ପ୍ରୋଜେକ୍ଟ କୁ ନେଇ କିଛି ଖାସ ଖବର ଣୁଣିବାକୁ ମିଳିଛି ।

ନିକଟରେ ସେ ତାଙ୍କ ଆଗାମୀ ମୁଭି ‘ପୋନ୍ନିୟନ୍ ସେଲଭାନ୍’ ପାଇଁ ସୁଟିଂ ଜାରି ରଖିଛନ୍ତି । ଏହି ମୁଭିର ସୁଟିଂ ଖୁବ୍ ଦ୍ରୁତ ଗତିରେ ଚାଲିଥିବା ବେଳେ ବର୍ତ୍ତମାନ ମଧ୍ୟପ୍ରଦେଶରେ ପହଞ୍ଚିଛନ୍ତି ମୁଭିର କ୍ରୁ ମେମ୍ବର । ସୁଚନା ଅନୁସାରେ ନିକଟରେ ଏହି ମୁଭିର ଏକ ସଙ୍ଗ ସୁଟିଂ କରିଛନ୍ତି ଐଶ୍ୱର୍ଯ୍ୟା ଏବଂ ଏହି ସଙ୍ଗରେ ସେ ୪୦୦ରୁ ଅଧିକ ଜୁନିୟର କଳାକାରଙ୍କ ସହ ନଜର ଆସିଛନ୍ତି । ଫିଲ୍ମର ନିର୍ଦ୍ଦେଶକ ମଣି ରତ୍ନମ କହିଛନ୍ତି ଯେ ସେ ଏକ ବଡ ସ୍ତରରେ ଗୀତଟି ସୁଟିଂ କରିବାକୁ ଚାହୁଁଥିଲେ । ଯେଉଁଥିପାଇଁ ସେ ଐଶ୍ୱର୍ଯ୍ୟାଙ୍କ ସହ ୪୦୦ରୁ ଅଧିକ ଜୁନିୟର କଳାକାରଙ୍କୁ ସାମିଲ କରିବା ପାଇଁ ନିଷ୍ପତି ନେଲେ । ଫିଲ୍ମଟି ପ୍ରାୟ ୫୦୦ କୋଟି ଟଙ୍କା ବଜେଟରେ ତିଆରି ହେଉଥିବା ବେଳେ ୫୦ରୁ ଅଧିକ ମୁଖ୍ୟ କଳାକାରଙ୍କୁ ଏଥିରେ ଦେଖିବାକୁ ମିଳିବ । ତେବେ ଐଶ୍ୱର୍ଯ୍ୟ ରାଏ ମଧ୍ୟ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଅନେକ ଦିନ ଧରି ସେ ପରଦାରେ ନଜର ଆସି ନଥିବାରୁ ଦର୍ଶକ ବି ବେଶ୍ ଉତ୍ସାହିତ ହୋଇ ରହିଛନ୍ତି ଏହି ମୁଭିକୁ ନେଇ । ମୁଭିର ୯୦ ପ୍ରତିଶତ ଶୁଟିଂ ପ୍ରାୟ ସରିଯାଇଛି । ଦୁଇଟି ଭାଗରେ ମୁକ୍ତିଲାଭ କରିବ ଏହି ବିଗ୍ ବଜେଟ୍ ମୁଭି । ତେବେ ଏହି ମୁଭିରେ ଐଶ୍ୱର୍ଯ୍ୟାଙ୍କ ଭୂମିକା କଣ ରହିବ ତାହା କେବଳ ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking