ରେସ୍ତୋରାଁରେ ବିଳମ୍ବିତ ରାତି ଯାଏଁ ଚାଲିଥିଲା ପାର୍ଟି, ହଠାତ ଯୁବକ କଲେ ଫାୟାରିଂ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଆଗ୍ରାର ହରିପର୍ବତ ଥାନା ଅନ୍ତର୍ଗତ ସୂର୍ଯ୍ୟନଗରରେ ଥିବା ଏକ ରେସ୍ତୋରାଁରେ ରବିବାର ବିଳମ୍ବିତ ରାତିରେ ପାର୍ଟି ଚାଲିଥିବା ମଧ୍ୟରେ ଜଣେ ଯୁବକ ନିଜର ଲାଇସେନ୍ସପ୍ରାପ୍ତ ବନ୍ଧୁକରେ ଗୁଳି ଚାଳନା କରିଥିଲେ । ଯାହା ଫଳରେ ଗୁଳି ଓଟର ଦେହରେ ଲାଗିଥିଲା । ଫଳରେ ସେ ଏଥିରେ ଆହତ ହୋଇଥିଲା । ପୁଲିସ ଏହି ସୂଚନା ଦେଇଛି । ପୁଲିସ ଏହି ମାମଲାରେ ଗୁଳି ଚାଳନା କରିଥିବା ଯୁବକ ଓ ରେସ୍ତୋରାଁ କର୍ମଚାରୀଙ୍କ ବିରୋଧରେ ଅଲଗା ଅଲଗା ମାମଲା ରୁଜୁ କରିଛି ।
ହରିପର୍ବତ ଥାନାର ନିରୀକ୍ଷକ ଅରବିନ୍ଦ କୁମାର କହିଛନ୍ତି, ରେସ୍ତୋରାଁ କର୍ମଚାରୀମାନେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ହେଲେ ଏହାର ସୂଚନା ପୁଲିସକୁ ଦେଇନଥିଲେ । କୁମାରଙ୍କ ଅନୁସାରେ, ରେସ୍ତୋରାଁ କର୍ମଚାରୀମାନେ ସିସିଟିଭି ଫୁଟେଜ ସାଙ୍ଗେ ସାଙ୍ଗେ ଡିଲିଟ କରି ଦେଇଥିଲେ । ସୂଚନା ମିଳିବା ପରେ ପୁଲିସ ତଦନ୍ତ କରିଥିଲା । ସେତେବେଳେ ଏହି ଖବର ସାମ୍ନାକୁ ଆସିଥିଲା ।
ପୁଲିସ ନିଜ ତରଫରୁ ଦାରା ୧୪୪ ଉଲ୍ଲଂଘନ କରିବା, ପ୍ରମାଣ ନଷ୍ଟ କରିବା ଧାରାରେ ହୋଟେଲ କର୍ମଚାରୀ ଓ ଏହାର ସଂଚାଳକଙ୍କ ବିରୋଧରେ ଅନ୍ୟ ମାମଲା ରୁଜୁ କରିଛି । ତଦନ୍ତ ସମୟରେ ଜଣାପଡିଥିଲା ଯେ, ବିଳମ୍ବିତ ରାତି ପର୍ଯ୍ୟନ୍ତ ରେସ୍ତୋରାଁର ଛାତ ଉପରେ ରାତି ଦୁଇଟା ପର୍ଯ୍ୟନ୍ତ ପାର୍ଟି ଚାଲିଥିଲା । ଯେତେବେଲେ କି ଆଗ୍ରାରେ ରାତି ୧୦ଟାରେ ହୋଟେଲ ଓ ରେସ୍ତୋରାଁ ବନ୍ଦ ହେବା ନେଇ ଆଦେଶ ରହିଛି ।

LEAVE A REPLY

Please enter your comment!
Please enter your name here