40.1 C
Bhubaneswar
Friday, May 3, 2024
Homeବ୍ରେକୀଙ୍ଗକଲ୍ କ୍ୱାଲିଟିରେ ଏହି କମ୍ପାନୀ ସବୁଠୁ ଆଗରେ

କଲ୍ କ୍ୱାଲିଟିରେ ଏହି କମ୍ପାନୀ ସବୁଠୁ ଆଗରେ

ନୂଆଦିଲ୍ଲୀ: ଟେକ ସାଇଟ ଟେଲିକମଟକ ଅନୁସାରେ, କଲ୍ କ୍ୱାଲିଟି ମାମଲାରେ ଦେଶର ବଡ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ପଛରେ ରହିଛି । ଟ୍ରାଇ ତରଫରୁ ଜାରି ହୋଇଥିବା ସୂଚନା ମୁତାବକ, ଜାନୁୟାରୀ ମାସରେ ଜିଓକୁ କଲ୍ କ୍ୱାଲିଟି ମାମଲାରେ ୫ ରୁ ୩.୯ ମିଳିଛି । ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ କିଛି ମାସ ପୂର୍ବରୁ ପୁଣି ମଇଦାନକୁ ଆସିଛି । ନୂଆ ନୂଆ ଅଫର୍ସ ଓ ଗ୍ରାହକଙ୍କୁ ପ୍ରଲୋଭିତ କରିବା ଭଳି ସ୍କିମ ପାଇଁ ଏବେ ତାର ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବଢିଛି । ହେଲେ କଲ୍ କ୍ୱାଲିଟି ମାମଲାରେ ସରକାରୀ କମ୍ପାନୀ ଖରାପ ପ୍ରଦର୍ଶନ କରିଛି । ଗ୍ରାହକଙ୍କ ଅଧିଂକାଶ କଲ୍ ଡ୍ରପ ହେଉଛି । ରିପୋର୍ଟ ଅନୁସାରେ, ବିଏସଏନଏଲକୁ ୫ ରୁ ମାତ୍ର ୩.୮ ମିଳିଛି । ଭାରତୀ ଏୟାରଟେଲ ଗତ ମାସରେ ୫ଜି ଟେକ୍ନୋଲୋଜୀର ସଫଳ ଟେଷ୍ଟ କରି ସମସ୍ତଙ୍କୁ ଚକିତ କରି ଦେଇଛି । ହେଲେ କମ୍ପାନୀ ଏବେ ବି କଲ୍ କ୍ୱାଲିଟିରେ ନିଜକୁ ସୁଧାରି ପାରିନାହିଁ । ଜାନୁୟାରୀ ମାସରେ କମ୍ପାନୀର ପ୍ରଦର୍ଶନ ଭଲ ରହିନାହିଁ । କଲ୍ କ୍ୱାଲିଟି କ୍ଷେତ୍ରରେ ଭାରତୀ ଏୟାରଟେଲ ତୃତୀୟ ସ୍ଥାନରେ ରହିଛି । ଏୟାରଟେଲକୁ ୫ରୁ ୩.୯ ମିଳିଛି । ଜିଓକୁ ମଧ୍ୟ ଏମିତି ନମ୍ବର ମିଳିଛି । ରିପୋର୍ଟ ଅନୁସାରେ, କଲ୍ କ୍ୱାଲିଟିରେ ଭୋଡାଫୋନ-ଆଇଡିଆ ସବୁଠୁ ଭଲ ପ୍ରଦର୍ଶନ କରିଛନ୍ତି । ଜାନୁୟାରୀରେ ଏହି ଦୁଇ କମ୍ପାନୀ ଦ୍ୱିତୀୟ ସ୍ଥାନରେ ରହିଛି । ଡିସେମ୍ବରରେ କଲ୍ ଡ୍ରପ ମାମଲାରେ ଆଇଡିଆ ଓ ଭୋଡାଫୋନ ରହିଥିଲେ । ଚଳିତ ମାସରେ ଆଇଡିଆକୁ ୫ରୁ ୪.୮ ମିଳିଛି ଓ ଭୋଡାଫୋନକୁ ୪.୨ ମିଳିଛି । ମିଳିଥିବା ସୂଚନା ମୁତାବକ, ବର୍ତମାନ ଜମ୍ମୁକଶ୍ମୀରରେ କଲ କ୍ୱାଲିଟି ସବୁଠୁ ଭଲ ରହିଛି । ମାତ୍ର ଉତ୍ତରାଖଣ୍ଡରେ ସବୁଠୁ ଖରାପ ନେଟୱାର୍କ କ୍ୱାଲିଟି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking