38.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗହ୍ୱାଟସଆପକୁ ଝଟକା

ହ୍ୱାଟସଆପକୁ ଝଟକା

ନୂଆଦିଲ୍ଲୀ: ହ୍ୱାଟସଆପକୁ ନେଇ ଭାରତୀୟ ଅନେକମାତ୍ରାରେ ସତର୍କ ହୋଇଯାଇଛନ୍ତି । ଭାରତରେ ଲୋକେ ହ୍ୱାଟସଆପକୁ ଭରଷା କରିବା ଛାଡି ଦେଲେଣି । ଏକ ରିପୋର୍ଟରୁ ଜଣାପଡିଛି ଯେ, ଭାରତରେ ଲୋକେ ପେମେଣ୍ଟ ପାଇଁ ହ୍ୱାଟସଆପ ପେମେଣ୍ଟକୁ ବି ଡରୁଛନ୍ତି । ଅନଲାଇନ ପେମେଣ୍ଟ ମଧ୍ୟରେ ପେଟିଏମ ଓ ଗୁଗୁଲ ପେ ଭଳି ନାମୀ କମ୍ପାନୀ ମଧ୍ୟରେ ଏକ ଭାରତୀୟ କମ୍ପାନୀ ଏକ ନମ୍ବରରେ ରହିଛି । ସୂଚନା ଅନୁଯାୟୀ, ୟୁପିଆଇ ପେମେଣ୍ଟ ମଧ୍ୟରେ ହ୍ୱାଟସଆପ ପେମେଣ୍ଟର ପ୍ରଦର୍ଶନ ଜାନୁୟାରୀରେ ଅତ୍ୟନ୍ତ ଖରାପ ରହିଛି । ଜାନୁୟାରୀରେ ହ୍ୱାଟସଆପ ପେମେଣ୍ଟରେ ମାତ୍ର ୫.୬୦ ଲକ୍ଷ କାରବାର ହୋଇଛି । ମାତ୍ର ଡିସେମ୍ବରରେ ହ୍ୱାଟସଆପ ୟୁପିଆଇରେ କାରବାର ପ୍ରକ୍ରିୟା ୮.୧୦ ଲକ୍ଷ ଛୁଇଁଥିଲା । ତେବେ କେବେ ନମ୍ବର ୧ ବନିଥିବା ପେମେଣ୍ଟ ଆପ ପେଟିଏମ ଏବେ ଭାରତୀୟଙ୍କ ପ୍ରଥମ ପସନ୍ଦ ହୋଇ ଆଉ ରହିନାହିଁ । ଗୁଗୁଲ ମଧ୍ୟ ଭାରତରେ ୧ ନମ୍ବର ସ୍ଥାନ ହାସଲ କରିପାରିନାହିଁ । ଜାନୁୟାରୀରେ ଗୁଗୁଲ ପେରେ ମୋଟ କାରବାର ଦେଶୀ କମ୍ପାନୀ ସହ ମୁକାବିଲା କରିପାରିନାହିଁ । ଗୁଗୁଲ ପେ ମୋଟ ୮୫୩.୫୩ ମିଲିୟନ କାରବାର ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ରିପୋର୍ଟ ଅନୁସାରେ, ୟୁପିଆଇ ମଧ୍ୟରେ ଫୋନ ପେ ଦେଶର ପ୍ରଥମ ପସନ୍ଦ । ଏହି କମ୍ପାନୀ ସମସ୍ତ ନାମୀଦାମୀ କମ୍ପାନୀକୁ ପଛରେ ପକାଇଛି । ଜାନୁୟାରୀରେ ଏହାର କାରବାର ୯୬୮.୭୦ ମିଲିୟନ କାରବାର ହେବା ସହିତ ଏକ ନମ୍ବରରେ ଏହା ରହିଛି । ଜାନୁୟାରୀ ମାସରେ ସମୁଦାୟ ୪,୩୧,୧୮୧.୮୯ କୋଟି ଟଙ୍କା କାରବାର ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking