ନୂଆପଡା : ନୂଆପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ମୂଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଯେଉଁଥିରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ମାନେ ଆସି ଲୋକଙ୍କୁ ଚିକିତ୍ସା କରିବା ସହ ପରାମର୍ଶ ଦେଉଛନ୍ତି । ଗରିବ ଖଟିଖିଆ ତଥା ଉପାନ୍ତ ଅଞ୍ଚଳର ରୋଗୀଟିଏ କଟକ କିମ୍ବା ଭୁବନେଶ୍ୱର ଆସି ଚିକିତ୍ସା ଚିନ୍ତା କରି ତ ପାରିବ ହେଲେ ବାଧକ ସାଜିବ ଅର୍ଥ ।
ଯାହାପାଇଁ ଅଭିଜ୍ଞ ଡାକ୍ତରଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ଚାରୋଟି ଜିଲ୍ଲାକୁ ପଠାଇ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଆଜି ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ନୂଆପଡା ଜିଲ୍ଲାର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ପାଞ୍ଚ ନମ୍ବର ମହଲା ରେ ଏହିସେବା ଯୋଗାଇ ଦିଆଯିବ । ବିଶେଷ କରି ହୃଦରୋଗ, ସ୍ନାୟୁରୋଗ, ମୂତ୍ରାଶୟ ରୋଗ, ପାକସ୍ଥଳି ଓ ଅନ୍ତ୍ର ସମ୍ବନ୍ଧିୟ ରୋଗ,ଇକୋ କାର୍ଡିଓଗ୍ରାଫିର ବିଶେଷଜ୍ଞ ଡାକ୍ତର ମାନେ ରୋଗି ଚିକିତ୍ସା କରୁଛନ୍ତି । ଏହାସହ ଏଣ୍ଡୋସ୍କୋପି ଓ ଅଲଟ୍ରା ସାଉଣ୍ଡ ଭଳି ପରୀକ୍ଷା ମଧ୍ୟ ମାଗଣାରେ କରାଯାଉଛି ।