41.1 C
Bhubaneswar
Sunday, April 28, 2024
Homeବିଜିନେସ୍ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା

ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା

ଭୁବନେଶ୍ୱର: ୱାର୍ଲଡ୍ ଟ୍ରେଡ୍ ସେଣ୍ଟର (ଡବ୍ଲ୍ୟୁଟିସି) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ବିଶ୍ୱ ବାଣିଜ୍ୟ ଦିବସ ଏବଂ ବାର୍ଷିକ ସଦସ୍ୟ ସମ୍ମିଳନୀ ୨୦୨୩ରେ ମତବ୍ୟକ୍ତ କରି ଓଡ଼ିଶା ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ଯେ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱର ବିମାନବନ୍ଦରରୁ ଏୟାର କାର୍ଗୋ ସେବା ଆରମ୍ଭ ହୋଇଯିବ, ଯାହାକି ରାଜ୍ୟର ରପ୍ତାନିକାରୀମାନଙ୍କୁ ଆନ୍ତର୍ଜାତୀୟ ବଜାରରେ ଉନ୍ନତି କରିବା ପାଇଁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇବ । ସେ ଆହୁରି କହିଛନ୍ତି ଯେ ନିକଟରେ ଏ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସମସ୍ତ ହିତାଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଏୟାର କାର୍ଗୋ ସେବା ଆରମ୍ଭ କରିବା ଲାଗି ବିମାନବନ୍ଦରରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜୋରସୋରରେ ଚାଲିଛି । ଏହା ଖୁବ ଶୀଘ୍ର ଶେଷ ହେବ ବୋଲି ଅନୁମାନ କରାଯାଉଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବୈଦେଶିକ ବାଣିଜ୍ୟ ମହାନିର୍ଦେଶାଳୟ, ନୂଆଦିଲ୍ଲୀର ଡିଜି, ସନ୍ତୋଷ ଷଡ଼ଙ୍ଗୀ, ଆଇଏଏସ କହିଛନ୍ତି ଯେ ଭାରତ ୨୦୩୦ ସୁଦ୍ଧା ୨ ଟ୍ରିଲିୟନ୍ ଡ଼ଲାର ରପ୍ତାନୀ ଲକ୍ଷ୍ୟ ରଖିଥିବାବେଳେ ସାମଗ୍ରୀ ଓ ସେବା କ୍ଷେତ୍ରରେ ୧ ଟ୍ରିଲିୟନ ଡ଼ଲାର ରପ୍ତାନୀ କରିବାକୁ ଲକ୍ଷ୍ୟ ରଖିଛି । ବର୍ତ୍ତମାନ ଆମର ରପ୍ତାନୀ ୪୫୦ ବିଲିୟନ ଡ଼ଲାରରେ ଏବଂ ଏକ ଟ୍ରିଲିୟନ ଡ଼ଲାରରେ ପହଞ୍ଚିବାକୁ ଆମକୁ ବାର୍ଷିକ ୧୨ ପ୍ରତିଶତ ଅଭିବୃଦ୍ଧି କରିବାକୁ ପଡ଼ିବ ।

ଠିକ୍ ସେହିପରି ସେବା ରପ୍ତାନୀ କ୍ଷେତ୍ରରେ ପ୍ରତିବର୍ଷ ହାରାହାରି ୧୬.୬ ପ୍ରତିଶତ ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ । ଇଣ୍ଡୋ-ଅଷ୍ଟ୍ରେଲିଆନ୍ ଚାମ୍ବର ଅଫ୍ କମର୍ସର ସିଇଓ, ମିସ୍ ପେଟୁଲା ଥୋମାସ୍ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଛନ୍ତି ଯେ ଓଡ଼ିଶାର ଶିଳ୍ପ ସହ ଯୋଡ଼ି ହେବା ଏହା ଆମ ପାଇଁ ଏକ ବୃହତ ସୁଯୋଗ । ଆଜି ଆମେ ରାଜ୍ୟ ସରକାରଙ୍କ ସହ ମଧ୍ୟ ଏଥି ସମ୍ପର୍କରେ ଆଲୋଚନା କରିଛୁ । ଧାତୁ ଏବଂ ଖଣି, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଶିକ୍ଷା କ୍ଷେତ୍ରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସହଯୋଗର ବହୁତ ସୁଯୋଗ ରହିଛି । ଆମ ସହବନ୍ଧନ ପାଇଁ ଡ଼ବ୍ଲୁଟିସି ହେଉଛି ଏକ ଉକ୍ତୃଷ୍ଟ ପ୍ଲାଟଫର୍ମ । ଆମେ ଆଶା କରୁଛୁଯେ, ଏହି ନୂତନ ବାଣିଜ୍ୟିକ ଚୁକ୍ତି ହେବା ପରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟରେ ଯଥେଷ୍ଟ ବୃଦ୍ଧି ଘଟିବ । ୱାର୍ଲଡ୍ ଟ୍ରେଡ୍ ସେଣ୍ଟର ମୁମ୍ବାଇର ଅଧ୍ୟକ୍ଷ ଡକ୍ଟର ବିଜୟ କାଲାନ୍ତ୍ରୀ କହିଛନ୍ତି ଯେ, ଭାରତ ଏକ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଚାହୁଁଥିବାରୁ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଏମଏସଏମଇକୁ ରପ୍ତାନୀ କ୍ଷେତ୍ରରେ ପ୍ରମୁଖ ଭୂମିକା ତୂଲାଇବାକୁ ପଡ଼ିବ । ରପ୍ତାନୀ ଦୃଷ୍ଟିରୁ ଆମେ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛୁ । ଆଗାମୀ ପାଂଚ ବର୍ଷ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିବ । ସମୁଦାୟ ଭାବେ ଆମର ରପ୍ତାନୀ ବହୁତ ଯଥେଷ୍ଟ କିନ୍ତୁ ତଥାପି କେତେକ କ୍ଷେତ୍ରରେ ଉନ୍ନତିର ଆବଶ୍ୟକତା ରହିଛି, ଯାହାକି ଏସିଅନ, ବ୍ରିକ୍ସ, ବିମଷ୍ଟେକ ଇତ୍ୟାଦି ସହିତ ସମନ୍ୱୟ ଦ୍ୱାରା ସମ୍ଭବ ହୋଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking