28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶସ୍କୁଲ ଖୋଲିବା ନେଇ ଏମ୍ସ ନିର୍ଦ୍ଦେଶକଙ୍କ ସୂଚନା

ସ୍କୁଲ ଖୋଲିବା ନେଇ ଏମ୍ସ ନିର୍ଦ୍ଦେଶକଙ୍କ ସୂଚନା

ନୂଆଦିଲ୍ଲୀ : ମହାମାରୀର ପ୍ରଥମ ଲହର ଆରମ୍ଭ ହେବା ଦିନଠାରୁ ଦେଶର ସବୁ ସ୍କୁଲରେ ତାଲା ଝୁଲିଛି। ଅନଲାଇନରେ ପାଠପଢ଼ା ହେଉଥିବାବେଳେ ଅନେକ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ବିଭିନ୍ନ ସମସ୍ୟା ଯୋଗୁଁ ଏହାର ଲାଭ ଉଠାଇ ପାରୁନାହାନ୍ତି। ପ୍ରଥମ ଲହର କମିବା ପରେ ସ୍କୁଲ ଖୋଲିବା ନେଇ ଆଶାବ୍ୟକ୍ତ କରାଯାଇଥିଲା। ହେଲେ ଦ୍ୱିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ପୁନଶ୍ଚ ସ୍କୁଲ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯଦିଓ ଏବେ ଟିକାକରଣ ଚାଲିଛି ଆଗକୁ ଛୋଟ ଛୁଆଙ୍କ ପାଇଁ ଟିକା ଆସିବ ବୋଲି ଜଣାପଡ଼ିଛି। ତେଣୁ କେବେ ସ୍କୁଲ ଖୋଲିବ ସେନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏନେଇ ରବିବାର ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଛୁଆଙ୍କ ପାଇଁ ଟିକା ଆସିବା ପରେ କେବେ ସ୍କୁଲ ଖୋଲିବ ଏବଂ ଛୁଆମାନେ ବାହାରକୁ ବାହାରିବେ ସେ ସମ୍ପର୍କରେ ଜଣାପଡ଼ିବ। ଭାରତ ବାୟୋଟେକ, ଫାଇଜର ଏବଂ ଜାଇଡସ କାଡିଲା ଭଳି କମ୍ପାନୀ ଏବେ ଛୋଟ ଛୁଆଙ୍କ ପାଇଁ ଟିକା ପ୍ରସ୍ତୁତ କରୁଛନ୍ତି ବୋଲି ସେ କହିଛନ୍ତି। ୩ କମ୍ପାନୀ ଟିକାର କ୍ଲିନିକାଲ ଟ୍ରାଏଲ ଚାଲିଛି ବୋଲି ଡାକ୍ତର ଗୁଲେରିଆ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking