38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶଅନଲକ୍‌ ହେଉଛି ଦେଶର ରାଜଧାନୀ : ଆଜିଠୁ ସର୍ତ୍ତ ସହ ଖୋଲିବ ଜିମ୍‌ ଓ ଯୋଗ...

ଅନଲକ୍‌ ହେଉଛି ଦେଶର ରାଜଧାନୀ : ଆଜିଠୁ ସର୍ତ୍ତ ସହ ଖୋଲିବ ଜିମ୍‌ ଓ ଯୋଗ ସେଣ୍ଟର

ନୂଆଦିଲ୍ଲୀ : କାବୁ ହେଉଛି କରୋନା । ବିଭିନ୍ନ ରାଜ୍ୟ ଅନଲକ୍‌ ହେଉଛି । ଜୁଲାଇ ଗାଇଡଲାଇନରେ କିଛି ରାଜ୍ୟ କୋଭିଡ୍‌ କଟକଣାକୁ ଅଧିକ କୋହଳ କରିଛନ୍ତି । ଦୁଇ ମାସ ପରେ ଆଜିଠୁ ଦିଲ୍ଲୀରେ ସର୍ତ୍ତ ସହ ଖୋଲିବ ଜିମ୍‌, ଯୋଗ ସେଣ୍ଟର । କେବଳ ୫୦ ପ୍ରତିଶତ କ୍ଷମତା ସହ ଖୋଲିବାକୁ ଅନୁମତି ମିଳିଛି । ଖୋଲା ମଣ୍ଡପ ଓ ହୋଟେଲରେ କେବଳ ବାହାଘର ଆୟୋଜନ ହେବ । ସାମିଲ ହେବେ ସର୍ବାଧିକ ୫୦ ଜଣ । ଶୁଦ୍ଧିକ୍ରିୟାରେ ୨୦ଜଣଙ୍କୁ ସାମିଲ ହେବାକୁ ଅନୁମତି ମିଳିଛି।

ଜୁନ୍‌ ୭ରୁ ଦ୍ୱିତୀୟ ପର୍ଯ୍ୟାୟ ଅନଲକରେ ମାର୍କେଟ, ମଲ୍‌ ଓ ଦିଲ୍ଲୀ ମେଟ୍ରୋ ସେବାକୁ ୫୦ ପ୍ରତିଶତ ଖୋଲିବାକୁ ଅନୁମତି ଦେଇଥିଲେ ସରକାର। ଜୁନ୍‌ ୧୪ରୁ ମାର୍କେଟ ଓ ମଲ୍‌ ଖୋଲିବା ନେଇ ଜାରି ୫୦ ପ୍ରତିଶତ କ୍ଷମତା ଗାଇଡଲାଇନ ଉଠାଇ ଦେଇଥିଲେ। ପରେ ପରେ ପାର୍କ, ପବ୍ଲିକ ଗାର୍ଡେନ ଓ ବାର୍‌ ଖୋଲିବାକୁ ମିଳିଥିଲା ଅନୁମତି। ଦିଲ୍ଲୀରେ ଏବେ ଦୈନିକ ସଂକ୍ରମଣ ୧୦୦ ତଳେ ରହୁଛି । ଲଗାତର ତୃତୀୟ ଦିନ ପାଇଁ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ଭିତରେ ୮୯ ଜଣ ସଂକ୍ରମିତ ହୋଇଛନ୍ତି । ଦିଲ୍ଲୀରେ ପଜିଟିଭିଟି ହାର ୦.୧୨ ପ୍ରତିଶତ ରହିଛି। ସଂକ୍ରମଣ କମିବାରୁ ପର୍ଯ୍ୟାୟକ୍ରମେ ତାଲା ଖୋଲୁଛନ୍ତି ଦିଲ୍ଲୀ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking