28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବିଜେପି ସହ ମେଣ୍ଟ କରିବନି ଏଆଇଏଡିଏମ୍‌କେ!

ବିଜେପି ସହ ମେଣ୍ଟ କରିବନି ଏଆଇଏଡିଏମ୍‌କେ!

ଚେନ୍ନାଇ: ଆଗାମୀ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ସହ ମେଣ୍ଟ କରିବାକୁ ଏଆଇଏଡିଏମ୍‌କେ ଅରାଜି ଥିବା ଜଣାପଡିଛି । ନିକଟରେ ତାମିଲନାଡୁ ବିଜେପି ରାଜ୍ୟ ଶାଖା ସଭାପତି କେ.ଆନ୍ନାମଲାଇ ଦେଇଥିବା ବୟାନକୁ କେନ୍ଦ୍ରକରି ଏଆଇଏଡିଏମ୍‌କେ ନେତୃବର୍ଗ କ୍ଷୁବ୍ଧ ହୋଇପଡିଛନ୍ତି । ଆନ୍ନାମଲାଇ ନିକଟରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସି.ଏନ୍‌.ଆନ୍ନାଦୁରାଇଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଆନ୍ନାଦୁରାଇ ହେଉଛନ୍ତି ଏଆଇଏଡିଏମ୍‌କେ ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.ଜି.ରାମଚନ୍ଦ୍ରନଙ୍କ ପ୍ରୋତ୍ସାହନଦାତା । ତେଣୁ ଆନ୍ନାମଲାଇ ବିଜେପି ରାଜ୍ୟ ସଭାପତି ପଦରେ ରହିବାକୁ ସମ୍ପୂର୍ଣ୍ଣ ଅଯୋଗ୍ୟ ବୋଲି ଏଆଇଏଡିଏମ୍‌କେ ନେତା ଡି.ଜୟକୁମାର କହିଛନ୍ତି । ପୁନଶ୍ଚ ଆନ୍ନାମଲାଇ ଡିଏମ୍‌କେ ନେତାଙ୍କ ସହ ସମ୍ପର୍କ ରଖୁଥିବାରୁ ଏହା ବିଜେପି-ଏଆଇଏଡିଏମ୍‌କେ ମେଣ୍ଟ ପ୍ରତି ବିପଦ ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ବିଜେପି ସହ ମେଣ୍ଟର ପ୍ରଶ୍ନ ଉଠୁନାହିଁ । ନିର୍ବାଚନ ତାରିଖ ଘୋଷଣା କରାଗଲେ, ଏ ପ୍ରସଙ୍ଗରେ ସାନି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ଅପରପକ୍ଷରେ ବିଜେପି କହିଛି ଯେ ଏହା ମେଣ୍ଟ ସହଯୋଗୀ ଦଳର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking