31.1 C
Bhubaneswar
Friday, September 13, 2024
Homeଓଡିଶାଶିମିଳିପାଳ ଜଙ୍ଗଲକୁ ନଜରରେ ରଖିବ ଏଆଇ କ୍ୟାମେରା

ଶିମିଳିପାଳ ଜଙ୍ଗଲକୁ ନଜରରେ ରଖିବ ଏଆଇ କ୍ୟାମେରା

ମୟୁରଭଞ୍ଜ : ଶିମିଳିପାଳ ଜଙ୍ଗଲ ରହିବ ଏଆଇ କ୍ୟାମେରା ନଜରରେ । ଜଙ୍ଗଲରେ ହେଉଥିବା ଶିକାର ଆଉ ଶିକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବ ଏଆଇ କ୍ୟାମେରା । ଶିମିଳିପାଳ ଜଙ୍ଗଲରୁ ବେଆଇନ ଭାବରେ ବିଭିନ୍ନ ଉପାୟରେ ଶିକାରୀମାନେ ଶିକାର କରୁଛନ୍ତି । ସେମାନଙ୍କର କୌଣସି ସନ୍ଧାନ ବନ ବିଭାଗ କର୍ମଚାରୀମାନେ ପାଇ ପାରୁନାହାନ୍ତି । ସେଥିପାଇଁ ଏଆଇ କ୍ୟାମେରା ଭଳି ଅତ୍ୟାଧୁନିକ ପଦ୍ଧତି ଆପଣାଯାଇଛି । ଜଙ୍ଗଲ ଭିତରେ ଘଟୁଥିବା ପ୍ରତିଟି ଘଟଣା କଏଦ କରିବ ଏଆଇ କ୍ୟାମେରା । ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କ ଚଳପ୍ରଚଳ ସହିତ ସେମାନଙ୍କୁ କ୍ଷତି ପହଞ୍ଚାଉଥିବା ଶିକାରୀମାନେ ମଧ୍ୟ ଏହି କ୍ୟାମେରାରେ କଏଦ ହେବେ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଟିମ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭାରତରେ ପ୍ରଥମ ଥର ପାଇଁ ଶିମିଳିପାଳରେ ଏଆଇ କ୍ୟାମେରା କାର୍ଯ୍ୟକାରୀ ହେବ ବୋଲି ଶିମିଳିପାଳ ଡେପୁଟି ଡାଇରେକ୍ଟର କହିଛନ୍ତି । ଏଆଇ କ୍ୟାମେରା ମାଧ୍ୟମରେ ଯଦି ଜଙ୍ଗଲ ଭିତରେ ନିଆଁ ଲାଗିବ ତେବେ ସେ ସମ୍ପର୍କରେ ମଧ୍ୟ ବନ ବିଭାଗ କର୍ମଚାରୀମାନେ ଜାଣିପାରିବେ । ଜଙ୍ଗଲ ଭିତରେ ନିଆଁ ଲାଗିଲେ, ଯଦି କେହି ବନ୍ୟଜନ୍ତୁଙ୍କୁ ଶିକାର କରିବା ସହିତ ଜଙ୍ଗଲରୁ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଚୋରି କଲେ ତେବେ ତୁରନ୍ତ ଏସଟିଆର ଟିମ୍ କୁ ନୋଟିଫିକେସନ ଯିବ । ଫଳରେ ବନ ବିଭାଗ କର୍ମଚାରୀମାନେ ଏହି ଘଟଣା ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking