28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଅଗ୍ନି-୫ ସଫଳ : ଟାର୍ଗେଟ୍‌ରେ ଚୀନ୍‌

ଅଗ୍ନି-୫ ସଫଳ : ଟାର୍ଗେଟ୍‌ରେ ଚୀନ୍‌

ନୂଆଦିଲ୍ଲୀ: ଚୀନ୍ ସହିତ ସୀମା ବିବାଦ ଜାରି ରହିଥିବା ବେଳେ ଭାରତ ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି-୫ର ଆଜି ରାତ୍ରିକାଳୀନ ସଫଳ ପରୀକ୍ଷଣ କରିଛି । ଓଡ଼ିଶାର ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରେ ସନ୍ଧ୍ୟା ୭ଟା ୫୦ରେ ଏହି ଭୂପୃଷ୍ଠରୁ ଭୂପୃଷ୍ଠ (ସର୍ଫେସ୍‌-ଟୁ-ସର୍ଫେସ୍‌) ମିସାଇଲର ପରୀକ୍ଷଣ ହୋଇଛି । ଦୂରଗାମୀ ଅଗ୍ନି-୫ ର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିଲୋମିଟର ରହିଛି । ଉତ୍‌କ୍ଷେପଣସ୍ଥଳରୁ ୫ ହଜାର କିଲୋମିଟର ଦୂରରେ ଥିବା ଶତ୍ରୁପକ୍ଷର ଯେକୌଣସି ଟାର୍ଗେଟ୍‌କୁ ଏହା ନିର୍ଭୁଲ୍ ଭାବେ ଧ୍ୱଂସ କରିପାରିବ । ଏହି ବାଲିଷ୍ଟିକ ମିସାଇଲ୍‌ର ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ଅଗ୍ନି-୫ରେ ୩ସ୍ତରୀୟ ସଲିଡ ଫ୍ୟୁଏଲ ଇଞ୍ଜିନର ବ୍ୟବସ୍ଥା ରହିଛି । ଯାହା ଶତ୍ରୁପକ୍ଷକୁ ଖୋଜିଖୋଜି ଧ୍ୱଂସ କରିପାରିବ ।

ଅପରପକ୍ଷରେ ଉନ୍ନତ ପ୍ରଯୁକ୍ତି ବିଦ୍ୟା ବଳରେ ଏପରି ପ୍ରୋଗାମ୍ କରାଯାଇଛି, ଥରେ ମିସାଇଲ୍ ଲଞ୍ଚ୍ ହେଲାପରେ କୌଣସି ଦେଶ ନିଜ ପ୍ରଯୁକ୍ତି ବିଦ୍ୟା ବଳରେ ତଥା ଇଣ୍ଟର୍‌ନେଟ୍‌ର ଉପଯୋଗ କରି ଏହାର ନେଭିଏସନ୍ କିମ୍ବା ସିଷ୍ଟମ୍‌କୁ ଅକାମୀ କରି ପାରିବନାହିଁ । ଏହାର ପରୀକ୍ଷଣ ବିଶେଷ ଭାବରେ ଚୀନ୍ ତରଫରୁ ମିଳୁଥିବା ଧମକ୍‌କୁ ଆଖି ଆଗରେ ରଖି ପ୍ରସ୍ତୁତ କରାଯାଇଛି । ଅଗ୍ନି-୫ର ସଫଳ ପରୀକ୍ଷଣ ପରେ ଉଭୟ ଚୀନ ଓ ପାକିସ୍ତାନରେ ଏ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରକୃତରେ ଏହାର ଟାର୍ଗେଟ୍ ରେଞ୍ଜ୍ କେତେ ରହିଛି ସେ ନେଇ ଉଭୟ ଦେଶରେ ଅନୁମାନ, ଆକଳନ ଜାରି ରହିଛି । ଅଗ୍ନି -୫ ହେଉଛି ଭାରତର ପ୍ରଥମ ଓ ଏକମାତ୍ର ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଯାହା ଡିଆରଡିଓ ଦ୍ୱାରା ବିକଶିତ ହୋଇଛି । ଭାରତ ପାଖରେ ଥିବା ଅନ୍ୟ ଦୂରଗାମୀ କ୍ଷେପଣାସ୍ତ୍ର ମଧ୍ୟରୁ ଏହା ଅନ୍ୟତମ । ଅଗ୍ନି-୫ର ପରୀକ୍ଷଣ ଶେଷଥର ପାଇଁ ୨୦୧୮ ମସିହା ଡିସେମ୍ବର ୧୦ରେ କରାଯାଇଥିଲା ।

ଅଗ୍ନି -୫ ମିସାଇଲ ଏକାସାଙ୍ଗରେ ଏକାଧିକ ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ । ବିଶେଷଜ୍ଞଙ୍କ ଅନୁଯାୟୀ, ଅଗ୍ନି-୫ର ବିକାଶ ପାଇଁ ଆଧାର ହେଉଛି ଅଗ୍ନି-୩ । ଯେଉଁଥିରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ମୋଟର ସମାନ । କିନ୍ତୁ ଅଗ୍ନି-୫ର ତୃତୀୟ ପର୍ଯ୍ୟାୟରେ ମୋଟରକୁ ବଦଳା ଯାଇଛି । ଫଳରେ ଏହା ଅନ୍ୟ କ୍ଷେପଣାସ୍ତ୍ରଠାରୁ ଏହା ଭିନ୍ନ ହୋଇଛି । ମୋବାଇଲ୍ ଲଞ୍ଚରରୁ ମଧ୍ୟ ଏହାକୁ ଉତ୍‌କ୍ଷେପଣ କରାଯାଇପାରିବ । ଯାହା ତୁରନ୍ତ ଆକ୍ରମଣରେ ସହାୟକ ହେବ । ମିସାଇଲ୍‌ଟି ସମ୍ପୂର୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ । ଏହାର ଲମ୍ବ ୧୭ ମିଟର, ମୋଟେଇ ୨ ମିଟର ଓ ଓଜନ ୫୦ ଟନ୍ ରହିଛି । ସେକେଣ୍ଡ ପ୍ରତି ଏହାର ବେଗ ୪.୨ କିମି ଥିବା ବେଳେ ୧୨ ମିନିଟ୍‌ରେ ଏହା ଲକ୍ଷ୍ୟଭେଦ କରିପାରିବ । ଶବ୍ଦର ଗତିଠାରୁ ୨୪ଗୁଣା ଅଧିକ ବେଗରେ ଏହା ଲକ୍ଷ୍ୟସ୍ଥଳକୁ ଭେଦ କରିପାରିବ ।

ତେଣୁ ମିସାଇଲ୍‌ଟି ସମୁଦାୟ ଚୀନ୍‌, ମସ୍କୋ, ଆଥେନ୍ସ, କାଇରା, ତେହେରାନ, ହଂକଂ, ବ୍ୟାଙ୍କକ ଓ ଟୋକିଓ ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ ବୋଲି ଜଣେ ବରିଷ୍ଠ ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି । ଅଗ୍ନି-୫ର ରାତ୍ରିକାଳୀନ ପରୀକ୍ଷା ୨୦୨୦ରେ ହେବାର ଥିଲା । କିନ୍ତୁ କରୋନା ମହମାରୀ କାରଣରୁ ଏଥିରେ ବିଳମ୍ବ ହୋଇଛି । ଅଗ୍ନି-୫ ବ୍ୟତୀତ ଭାରତ ପାଖରେ ଏହି ସିରିଜ୍‌ର ଆଉ ୪ଟି ମିସାଇଲ ରହିଛି । ଅଗ୍ନି-୧ର ଲକ୍ଷ୍ୟଭେଦ କ୍ଷମତା ୭୦୦ କିମି, ଅଗ୍ନି-୨ର ୨ହଜାର କିମି, ଅଗ୍ନି-୩ର ୨୫ଶହ କିମି ଓ ଅଗ୍ନି-୪ର ଲକ୍ଷ୍ୟଭେଦ କ୍ଷମତା ୩୫ଶହ କିମି ରହିଛି । ଜୁନ୍‌ରେ ଭାରତ ଆଣବିକ କ୍ଷମତା ସମ୍ପନ୍ନ ଅଗ୍ନି ପ୍ରାଇମ ବାଲାଷ୍ଟିକ ମିସାଇଲ ପରୀକ୍ଷଣ କରିଥିଲା । ଅଗ୍ନି ଶ୍ରେଣୀର ମିସାଇଲ ଠାରୁ ଏହା ଅଧିକ ଶକ୍ତିଶାଳୀ । ଓଡ଼ିଶା ଉପକୂରେ ହିଁ ଏହାର ପରୀକ୍ଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking