27.8 C
Bhubaneswar
Friday, April 19, 2024
Homeଓଡିଶାଗ୍ୟାରେଜରେ ଯନ୍ତ୍ରାଂଶ ଖୋଲି ବିକୁଥିଲେ : ୮ ବାଇକ୍ ଜବତ, ଲୁଟେରା ସହ ୪ ଗିରଫ

ଗ୍ୟାରେଜରେ ଯନ୍ତ୍ରାଂଶ ଖୋଲି ବିକୁଥିଲେ : ୮ ବାଇକ୍ ଜବତ, ଲୁଟେରା ସହ ୪ ଗିରଫ

ଗୋପ: ଗୋପ ପୁଲିସ ଏକ ବାଇକ୍ ଚୋରି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ୮ଟି ଚୋରା ବାଇକ୍ ଜବତ କରିଥିବା ବେଳେ ୨ ଲୁଟେରାଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି । ଏଥିରେ ଜଣେ ଚୋରା ଗାଡ଼ି କିଣିଥିବା ଅଭିଯୁକ୍ତ ଓ ଜଣେ ଗ୍ୟାରେଜ ମାଲିକ ଥିବା ବେଳେ ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ଲୁଟେରା ମାନେ ଗାଡ଼ି ଚୋରି ପରେ ଗ୍ୟାରେଜ୍‌ରେ ସ୍ୱଳ୍ପ ଦରରେ ବିକ୍ରି କରିଦେଉଥିଲେ। ଗ୍ୟାରେଜ୍ ମାଲିକ ଗାଡ଼ିର ସମସ୍ତ ଯନ୍ତ୍ରାଂଶ ଖୋଲି ବିକ୍ରି କରୁଥିଲେ । ସୂଚନା ମୁତାବକ, ନିମାପଡ଼ା ଥାନା ବଡ଼ରିକିଲୋ ଗ୍ରାମର ଶଶିଭୂଷଣ ଦାସ ଓ ତାର ସହଯୋଗୀ ମନୋଜ କୁମାର ରାଉତ ୨୬ ତାରିଖ ସନ୍ଧ୍ୟାରେ ନାଗପୁର ବଜାରରୁ ଏକ ବାଇକ୍ ଚୋରି କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ସ୍ଥାନୀୟ ଜନସାଧାରଣ ଉଭୟଙ୍କୁ ଅଟକ ରଖି ପଚରାଉଚରା କରିଥିଲେ ।

ଶଶି ନିଜକୁ ଫିଜିଓଥେରାପି ଡାକ୍ତର କହି ଲୋକଙ୍କୁ ଭୂଆଁ ବୁଲାଇବାରେ ଲାଗିଥିଲା । ପରେ ନାଗପୁର ବଜାରରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବା ପରେ ଘଟଣାସ୍ଥଳରେ ଗୋପ ଥାନାଧିକାରୀ କାଳନ୍ଦୀ ବେହେରା ପହଞ୍ଚି ଅଭିଯୁକ୍ତଙ୍କୁ ଥାନାକୁ ନେଇ ଅଟକ ରଖିଥିଲେ । ମୁଖ୍ୟ ଅଭିଯୁକ୍ତ ଶଶି ନାମରେ ଏକାଧିକ ଥାନାରେ ୩୦ରୁ ଊର୍ଦ୍ଧ୍ୱ ଗାଡ଼ି ଚୋରି ମାମଲା ରହିଥିବା ଜାଣିବା ପରେ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ପ୍ରକ୍ରିୟାକୁ ଆଗକୁ ନେଇଥିଲେ । ତଦନ୍ତ ସମୟରେ ଚୋରି କରୁଥିବା ଗାଡ଼ିଗୁଡ଼ିକ ଖୋର୍ଦ୍ଧା ଜିଲ୍ଲା ନିବାଟି ପୁରୋହିତପୁର ଗ୍ରାମର ପ୍ରଦୀପ ଭୋଇଙ୍କ ଗ୍ୟାରେଜ୍‌ରେ ବିକୁଥିଲେ । ପ୍ରଦୀପ ତାର ଶ୍ୱଶୁର ଘର ନିଆଳୀ ଥାନା ଅଧୀନ କଳାମାଟି ଗ୍ରାମରେ ଏକ ଗ୍ୟାରେଜ୍ କରି ଚୋରା ଗାଡ଼ିର ଯନ୍ତ୍ରାଂଶ ବିକୁଥିବା ପୁଲିସ ଖବର ପାଇଥିଲା ।

ପୁଲିସ୍ ସେଠାରେ ପହଞ୍ôଚô ପ୍ରଦୀପକୁ ଗିରଫ କରିଥିଲା । ତା ନିକଟକୁ ଏକାଧିକ ଗାଡ଼ିର ଯନ୍ତ୍ରାଂଶ ଜବତ କରିଥିଲା । ଅନୁରୂପ ଭାବେ ଚୋରା ଗାଡ଼ି କିଣିଥିବା ଅଭିଯୋଗରେ ନିମାପଡ଼ା ଥାନା ଅଙ୍ଗରାପଡ଼ା ଗ୍ରାମର ବିଭୂପ୍ରସାଦ ଦାସଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଥିଲା । ଅଭିଯୁକ୍ତମାନେ ଗୋପ, ନିମାପଡ଼ା, କୋଣାର୍କ, ବାଲିପାଟଣା, ବାଳକାଟି, ନିଆଳୀ ଅଞ୍ଚଳରୁ ଗାଡ଼ି ଚୋରି କରୁଥିବା ପୁଲିସ୍ ଜାଣିବାକୁ ପାଇଛି । ଜବତ ହୋଇଥିବା ଗାଡ଼ିଗୁଡ଼ିକ ପୁଲିସ୍ ହେପାଜତରେ ଥିବାବେଳେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ କାଳନ୍ଦୀ ବେହେରା ପ୍ରେସ୍ ବିବୃତ୍ତି ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking