23.1 C
Bhubaneswar
Tuesday, March 19, 2024
Homeଓଡିଶାରାଜଧାନୀର ୬ ବାର୍‌ରେ ଚଢ଼ଉ

ରାଜଧାନୀର ୬ ବାର୍‌ରେ ଚଢ଼ଉ

ଭୁବନେଶ୍ୱର: ରାଜଧାନୀର ଇନ୍‌ଫୋସିଟି ଥାନା ଅଞ୍ଚଳର ସମସ୍ତ ବାର୍‌ରେ ବୁଧବାର ରାତିରେ ଚଢ଼ଉ କରାଯାଇଛି । ଅଙ୍ଗନ, ରିବନ୍‌, ଟୋପନୋଜ, ଅଙ୍ଗନ ହରାଇଜନ୍‌, ୯୯ନର୍ଥ, ଏବି ବାର୍‌ରେ ପୁଲିସ ଟିମ୍ ଚଢ଼ଉ କରି ଛାନ୍‌ଭିନ କରିଛି । ବାର୍ ଲାଇସେନ୍ସ, ମ୍ୟୁଜିକ ଲାଇସେନ୍ସ, ଡ୍ୟାନ୍ସ ଲାଇସେନ୍ସର ଯାଞ୍ଚ କରାଯାଇଛି । ଏହାସହ କୋଭିଡ୍ ଗାଇଡ୍‌ଲାଇନ ଉଲଙ୍ଘନ ହେଉଥିଲା କି ନାହିଁ ସେନେଇ ନଜର କରାଯାଇଥିଲା । ଜୋନ୍‌-୬ ଏସିପି ପ୍ରକାଶ ଚନ୍ଦ୍ର ପାଲ୍ ଓ ଇନ୍‌ଫୋସିଟି ଥାନା ଆଇଆଇସି ସମିତା ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ଉ କରିଥିଲେ । ନିର୍ଦ୍ଦାରିତ ସମୟ ଭିତରେ ବାର୍ ବନ୍ଦ କରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମଙ୍ଗଳବାର ରାତିରେ ଅବକାରୀ ବିଭାଗ ରାଜଧାନୀର କଟକ ରୋଡ୍ ସ୍ଥିତ ଲିଭ୍‌-ଇଟ୍ ଅପ୍‌, ନସା ଓ ଏକାମ୍ର ଡ୍ୟାନ୍ସ ବାର୍‌, ସେଲ୍ଫି, ଅଶୋକା ବାର୍ ଏବଂ ଚନ୍ଦ୍ରଶେଖରପୁରରେ ଥିବା ଏମ୍ବାସି ବାର୍‌, ୟୁନିଟ୍‌-୮ସ୍ଥିତ ଅଜିତ୍ ବାର୍‌ରେ ଚଢ଼ଉ କରିଥିଲେ । ଏଥିମଧ୍ୟରୁ ୩ଟି ବାର୍‌କୁ ସିଲ୍ କରାଯାଇଥିବାବେଳେ ୪ଜଣଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଥିଲା । ମନୀଷ ହତ୍ୟାକାଣ୍ଡ ପରେ ପାତ୍ରପଡ଼ାର ସାଉଥ୍ ସିଟି ବାର୍ ବିନା ଲାଇସେନ୍ସରେ ଚାଲୁଥିବା ଜଣାପଡ଼ିଥିଲା । ଏମିତିକି ରାଜଧାନୀରେ ଏକାଧିକ ବାର୍ ବିନା ଲାଇସେନ୍ସରେ ଚାଲୁଥିବା ଅଭିଯୋଗ ହୋଇଥିଲା । ଏହି ଆଧାରରେ କମିଶନରେଟ୍ ପୁଲିସ ପକ୍ଷରୁ ବାର୍ ଗୁଡ଼ିକରେ ଏବେ ଚଢ଼ଉ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking