35.1 C
Bhubaneswar
Friday, June 6, 2025
Homeଦେଶ ବିଦେଶପୁଣି ସାମ୍ନାକୁ ଆସିଲା ନାବାଳିକା ଦୁଷ୍କର୍ମ ମାମଲା; ଗର୍ଭପାତ ଔଷଧ ଖାଇ ନାବାଳିକା ଗୁରୁତର

ପୁଣି ସାମ୍ନାକୁ ଆସିଲା ନାବାଳିକା ଦୁଷ୍କର୍ମ ମାମଲା; ଗର୍ଭପାତ ଔଷଧ ଖାଇ ନାବାଳିକା ଗୁରୁତର

ଲକ୍ଷ୍ନୌ: ପୁଣି ସାମ୍ନାକୁ ଆସିଲା ନାବାଳିକା ଦୁଷ୍କର୍ମ ମାମଲା । ଖାଦ୍ୟ ସାମଗ୍ରୀ ଦେବା ବାହାନାରେ ଡାକି ୧୪ ବର୍ଷର ନାବାଳିକା ସହ ମସଜିଦର ହାଫିଜ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସେପଟେ ନାବାଳିକା ଜଣଙ୍କ ଗର୍ଭବତୀ ହେବା ପରେ ହାଫିଜ ଜଣକ ତାଙ୍କୁ ଗର୍ଭପାତ ବଟିକା ଦେଇଥିଲା । ଫଳରେ ବଟିକା ଖାଇବା ଦ୍ୱାରା ନାବାଳିକାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ଏନେଇ ପରିବାର ଲୋକ ଜାଣିବା ପରେ ପୀଡିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଅଭିଯୁକ୍ତଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ କାନପୁରରେ । ତେବେ ଉତ୍ତରପ୍ରଦେଶ କାନପୁରର ନୌବସ୍ତା ଅଞ୍ଚଳର ଦୁଷ୍କର୍ମ ପୀଡିତାଙ୍କ ମାଆ ଥାନାରେ କରିଥିବା ଅଭିଯୋଗ ଅନୁସାରେ, ତାଙ୍କ ସ୍ୱାମୀ ଜଣେ ଦିନ ମଜୁରିଆ ଭାବରେ କାମ କରନ୍ତି । ସେ ତାଙ୍କ ପିଲାମାନଙ୍କ ସହ ଘରେ ରୁହନ୍ତି । ତାଙ୍କର ଆର୍ôଥକ ଅବସ୍ଥା ଭଲ ନଥିବାରୁ ଆଖପାଖର ଲୋକ ଅନେକ ସମୟରେ ତାଙ୍କୁ ଖାଇବା ପାଇଁ ଦିଅନ୍ତି ।

ଏକ ମସଜିଦରେ ହାଫିଜ୍ ଥିବା ସୋନୁ ନାମକ ଜଣେ ବ୍ୟକ୍ତି ତାଙ୍କ ଘର ସାମ୍ନାରେ ରୁହନ୍ତି । ତେବେ ଖାଦ୍ୟ ସାମଗ୍ରୀ ଦେବା ବାହାନାରେ ସୋନୁ ତାଙ୍କ ୧୪ ବର୍ଷର ଝିଅକୁ ଘରକୁ ଡାକି ଝିଅ ସହ ଦୁଷ୍କର୍ମ କରିଥିଲା । ଏହି ଘଟଣା ପରେ ଝିଅ ଭୟଭୀତ ହେବା ସହ ଏନେଇ ଘରେ କାହାକୁ କିଛି ଜଣାଇନଥିଲା । ପରେ ଏଭଳି ଝିଅକୁ ଘରକୁ ଡାକି ବାରମ୍ବାର ଦୁଷ୍କର୍ମ କରିଥିଲା ସୋନୁ । ଫଳରେ ତାଙ୍କ ଝିଅ ଗର୍ଭବତୀ ହୋଇଥିଲା । ଏନେଇ ଇଦ୍ ଦିନ ହାଫିଜ୍‌? ଝିଅକୁ ଗର୍ଭପାତ କରିବା ପାଇଁ ବଟିକା ଦେଇଥିଲା । ସେପଟେ ଗର୍ଭପାତ ଔଷଧ ଖାଇବା ଫଳରେ ନାବାଳିକାର ଅବସ୍ଥା ଗୁରୁତର ହୋଇଥିଲା । ପରେ ଝିଅ ପରିବାର ଲୋକଙ୍କୁ ହାଫିଜଙ୍କ କାର୍ଯ୍ୟକଳାପ ବିଷୟରେ କହିଥିଲା । ପରେ ଗୁରୁତର ଅବସ୍ଥାରେ ପରିବାର ସଦସ୍ୟ ପୀଡିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏନେଇ ନୌବସ୍ତା ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଜଗଦୀଶ ପାଣ୍ଡେ କହିଛନ୍ତି ଯେ, ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ସୋନୁଙ୍କ ବିରୋଧରେ ଦୁଷ୍କର୍ମ, ପୋକ୍ସୋ ଆକ୍ଟ ଏବଂ ହତ୍ୟା ଧମକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଜଣଙ୍କ ଧରାପଡିଛି । ତାଙ୍କୁ କୋର୍ଟରେ ହାଜର କରାଯିବ । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking