30.1 C
Bhubaneswar
Sunday, May 19, 2024
Homeମନୋରଞ୍ଜନବାହାଘର ପରେ ଅନେକ ମନମାଳିନ୍ଯ,ତଥାପି ଏକାଠି ରହିଛନ୍ତି ରୁବିନା ଏବଂ ଅଭିନବ

ବାହାଘର ପରେ ଅନେକ ମନମାଳିନ୍ଯ,ତଥାପି ଏକାଠି ରହିଛନ୍ତି ରୁବିନା ଏବଂ ଅଭିନବ

ନୂଆଦିଲ୍ଲୀ: ବଲିଉଡ ଇଣ୍ଡଷ୍ଟ୍ରୀରେ ବହୁ ଅଭିନେତା ଓ ଅଭିନେତ୍ରୀ କେତେବେଳେ ଲଭକୁ ନେଇ ଆଉ ଛାଡପତ୍ରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସେଲିବ୍ରିଟିମାନେ ଦୀର୍ଘଦିନର ସଂପର୍କକୁ ମଧ୍ୟ ଭାଙ୍ଗିବାକୁ ପଛାନ୍ତି ନାହିଁ । ବଲିଉଡରେ ଅନେକ ସେଲିବ୍ରିଟି ଏବେ ଛାଡପତ୍ର ନେଉଥିବା ବେଳେ ଟିଭି ଅଭିନେତ୍ରୀ ରୁବିନା ଦିଲାଏକ ଏବଂ ଅଭିନବ ଶୁଳ୍କା ଏକାଠି ରହିଛନ୍ତି । ଉଭୟେ ୫ମ ବିବାହ ବାର୍ଷିକ ସେଲିବ୍ରେଟ୍ କରୁଥିବାର ନଜର ଆସିଛନ୍ତି । ରୁବିନା ଦିଲାଏକ ଓ ଅଭିନବ ଶୁକ୍ଲାଙ୍କ ଲଭ ଷ୍ଟୋରି କାହାକୁ ବା ଅଛପା । ଜଣେ ବନ୍ଧୁଙ୍କ ସହିତ ଗଣେଶ ପୂଜାରେ ଉଭୟଙ୍କର ଦେଖାହୋଇଥିଲା । ପ୍ରଥମ ଦେଖାରେ ହିଁ ଦୁହେଁ ଦୁହିଁଙ୍କୁ ମନ ଦେଇବସିଥିଲେ । ସେବେ ଠାରୁ ଲୁଚାଛପା ଭାବେ ପରସ୍ପରକୁ ପସନ୍ଦ କରୁଥିଲେ ।
ଥରେ ଅଭିନବ ଏକ ଇଣ୍ଟରଭ୍ୟୁରେ କହିଥିଲେ, ରୁବିନାଙ୍କୁ ଯେବେ ପ୍ରଥମ ଥର ଶାଢିରେ ଦେଖିଥିଲେ ସେବେ ଠାରୁ ତାଙ୍କୁ ହୃଦୟ ଦେଇ ବସିଥିଲେ । ଆଉ ତା’କିଛି ଦିନପରେ ଦୁଇଜଣଙ୍କ କଥାବାର୍ତ୍ତା ଓ ଦେଖା ସାକ୍ଷାତ ମଧ୍ୟ ଆରମ୍ଭ ହୋଇଥିଲା । ୨୦୧୫ରେ ଉଭୟେ ଡେଟ୍ କରିବାକୁ ଆରମ୍ଭ କରିଦେଇଥିଲେ । ଡେଟ୍ କରିବାର ୩ ବର୍ଷ ପରେ ରୁବିନା ଓ ଅଭିନବ ୨୧ ଜୁନ ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ଅଭିନବ ଓ ରୁବିନାଙ୍କ ମଧ୍ୟରେ ଅନେକ ମନମାଳିନ୍ୟ ହୋଇଥିଲା । ଆଉ ଏଥିପାଇଁ ଉଭୟେ ଛାଡପତ୍ର ନେବେ ବୋଲି ନିଷ୍ପତ୍ତି ମଧ୍ୟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking