27.1 C
Bhubaneswar
Friday, June 28, 2024
Homeବଲିଉଡ'ଗଦର-୨' ର ବଡ଼ ସଫଳତା ପରେ ‘ଗଦର-୩’ର ସୁଟିଂ ପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି

‘ଗଦର-୨’ ର ବଡ଼ ସଫଳତା ପରେ ‘ଗଦର-୩’ର ସୁଟିଂ ପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି

ମୁମ୍ବାଇ : ସନ୍ନି ଦେୱଲ-ଅମିଷା ପଟେଲଙ୍କ ‘ଗଦର’ ଏବଂ ଗଦର-୨ ପରେ ବର୍ତ୍ତମାନ ଦର୍ଶକମାନେ ଉତ୍ସାହର ସହିତ ଏହାର ତୃତୀୟ ଭାଗକୁ ଅପେକ୍ଷା କରି ରହିଛନ୍ତି। ‘ଗଦର’ ଏବଂ ଗଦର-୨ ପରେ ସନ୍ନି ଓ ଅମିଷା ମଧ୍ୟ ‘ଗଦର-୩’କୁ ନେଇ ବେଶ ଉତ୍ସାହିତ ଥିବା ଜଣାପଡ଼ିଛି। ଏହି କ୍ରମରେ ଅନିଲ ଶର୍ମା ଦର୍ଶକଙ୍କ ପାଇଁ ‘ଗଦର-୩’ ନିର୍ମାଣ କରିବାକୁ ଯୋଜନା କରୁଥିବା ବି‌ଶେଷ ସୂତ୍ରରୁ ସୂଚନା ମିଳିଛି। ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି, ସନ୍ନି ଦେୱଲ ତାରା ସିଂ ହୋଇ ଦର୍ଶକଙ୍କୁ ପୁଣି ଥରେ ପରଦାରେ ଜଲୱା ଦେଖାଇବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ‘ଗଦର-୨’ର ସୁପରଡୁପର ହିଟ ହେବା ଦେଖି ଏହି ଚଳଚ୍ଚିତ୍ରର ନିର୍ମାତାମାନେ ଏହାର ତୃତୀୟ ଭାଗ ପ୍ରସ୍ତୁତି ପାଇଁ ବେଶ ଆଗ୍ରହ ଦେଖାଇଛନ୍ତି। ‘ଗଦର-୩’ର ସୁଟିଂ ପାଇଁ ବି ସୁଟିଂ ଟିମ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବନାରସରେ ‘ଗଦର-୩’ ର ପୃଷ୍ଠଭୂମି ସୁଟ କରାଯିବାର ଯୋଜନା ଥିବା ବେଳେ ୧୪ ରୁ ୧୫ ଦିନ ପର୍ଯ୍ୟନ୍ତ ଏହି ସିନେମା ବିଭିନ୍ନ ସ୍ଥାନରେ ସୁଟ କରାଯିବ। ରିପୋର୍ଟ ଅନୁଯାୟୀ ଏହାର ସୁଟିଂ ନଭେମ୍ବରରୁ ଆରମ୍ଭ ହେବ । ୨୦୨୪ରେ ଗଦର-୩ର ଅଫିସିଆଲ ଘୋଷଣା କରାଯିବା ସହିତ ଫିଲ୍ମର ରିଲିଜ ଅଗଷ୍ଟ ୨୦୨୫ରେ ହେବ। ଉତ୍କର୍ଷ ଶର୍ମା ଏବଂ ସିମରତ କୌରଙ୍କ କାହାଣୀକୁ ନେଇ ନିର୍ମିତ ହେବାକୁ ଥିବା ‘ଗଦର -୩’ ଏକ ନୂଆ ପ୍ଲଟ ସହିତ ଆସିବ । ଯାହାକି ଦର୍ଶକଙ୍କୁ ବେଶ ଖୋରାକ ଯୋଗାଇବ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking