29.1 C
Bhubaneswar
Thursday, April 25, 2024
Homeଚନ୍ଦ୍ରଗ୍ରହଣମେ ୫ ପରେ ୨୦୪୨ରେ ଲାଗିବ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ

ମେ ୫ ପରେ ୨୦୪୨ରେ ଲାଗିବ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ : ୫ ତାରିଖରେ ଲାଗିବାକୁ ଯାଉଛି ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ତେବେ ଏହି ଚନ୍ଦ୍ରଗ୍ରହଣ ଅତ୍ୟନ୍ତ ଦୁର୍ଲଭ ଅଟେ । କାରଣ ଏହା ପ୍ରାୟ ଦୁଇ ଦଶନ୍ଧି ଧରି ପୁନରାବୃତ୍ତି ହେବ ନାହିଁ । ଅର୍ଥାତ୍ ଏହି ଭଳି ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ଆଗାମୀ ସେପ୍ଟେମ୍ବର ୨୦୪୨ରେ ଘଟିବ । ତେବେ ଏହି ଚନ୍ଦ୍ରଗ୍ରହଣ ଦୁନିଆର ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ହେବ । ପୃଥିବୀର କେତେକ ସ୍ଥାନ ଆଂଶିକ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାକୁ ଥିବା ବେଳେ ଅନ୍ କେତେକ ସ୍ଥାନରେ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେବ ।
ଚନ୍ଦ୍ର ଗ୍ରହଣ ସମୟ: ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆସନ୍ତା ମେ ୫ ତାରିଖ ଶୁକ୍ରବାର ଦିନ ହେବ । ରାତି ୮:୪୫ରୁ ଆରମ୍ଭ ହୋଇ ରାତି ୧ଟାରେ ଛାଡିବ । ଗ୍ରହଣର ପରମଗ୍ରାସ ସମୟ ରାତି ୧୦.୫୩ମିନିଟ୍ । ଏହି ଚନ୍ଦ୍ରଗ୍ରହଣକୁ ଉପଚ୍ଛାୟ ଚନ୍ଦ୍ର ଗ୍ରହଣ ବା ପେନମ୍ବ୍ରାଲ୍ ଚନ୍ଦ୍ରଗ୍ରହଣ ବୋଲି କୁହାଯାଉଛି । ଏହି ଚନ୍ଦ୍ରଗ୍ରହଣ ପ୍ରାୟ ୪ ଘଣ୍ଟା ୧୪ ମିନିଟ୍ ପର‌୍ୟ୍ୟନ୍ତ ଲାଗିବ । କେଉଁଠି ଦୃଶ୍ୟମାନ ହେବ: ମେ ୫ରେ ଲାଗିବା ପାଇଁ ଯାଉଥିବା ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ । ଏହି ଚନ୍ଦ୍ରଗ୍ରହଣ ଏସିଆ, ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ପୂର୍ବ ୟୁରୋପର କିଛି ଅଂଶରେ ଦୃଶ୍ୟମାନ ହେବ । ଭାରତରେ ଏହାର ପ୍ରଭାବ ରହିବ ନାହିଁ ତେଣୁ ଏଠାରେ ସୂତାକ ସମୟ ମଧ୍ୟ ହେବ ନାହିଁ । ତେଣୁ ଭାରତରେ ପୂଜାପାଠ କିମ୍ବା ଧାର୍ମିକ କାର‌୍ୟ୍ୟ ଉପରେ ଏହାର କୌଣସି ପ୍ରତିବନ୍ଧକ ରହିବ ନାହିଁ ।

ଚନ୍ଦ୍ରଗ୍ରହଣର ପ୍ରଭାବ: ଆସନ୍ତା ୫ ତାରିଖରେ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ସମୟରେ ତୁଳା ରାଶିରେ ବ୍ୟକ୍ତିଙ୍କୁ ଅଧିକ ସତର୍କ ରହିବାକୁ ପଡିବ । ଚନ୍ଦ୍ରଗ୍ରହଣ କ’ଣ ? ଚନ୍ଦ୍ରଗ୍ରହଣ ହେଉଛି ଏକ ଜ୍ୟୋତିର୍ବିଜ୍ଞାନିକ ଘଟଣା ଯାହା ପୃଥିବୀ ସୂର‌୍ୟ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଆସେ, ଯେତେବେଳେ ଚନ୍ଦ୍ର ପୃଷ୍ଠରେ ଛାଇ ପକାଇଥାଏ । ସୂର‌୍ୟ୍ୟ, ପୃଥିବୀ ଏବଂ ଚନ୍ଦ୍ରର ଏହି ଶ୍ରେଣୀବଦ୍ଧତା ଆଲୋକ ଏବଂ ଛାୟାର ଏକ ବିରଳ ତଥା ଚମତ୍କାର ପ୍ରଦର୍ଶନରେ ପରିଣତ ହୁଏ, କାରଣ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ଏକ ଲାଲ ରଙ୍ଗରେ ପରିଣତ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking