36.1 C
Bhubaneswar
Saturday, May 4, 2024
Homeଓଡିଶାଧର୍ମଶାଳାରେ ଭିନ୍ନକ୍ଷମ ଭୋଗୁଛନ୍ତି ଦୁର୍ଦ୍ଦଶା

ଧର୍ମଶାଳାରେ ଭିନ୍ନକ୍ଷମ ଭୋଗୁଛନ୍ତି ଦୁର୍ଦ୍ଦଶା

ଯାଜପୁର:  ଯାଜପୁର ଜିଲ୍ଲାର ଧର୍ମଶାଳାରେ ନିର୍ଦ୍ଧିଷ୍ଟ ପରିବାରରଶାସନ ଚାଲେ । ଏଠାରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ
ପ୍ରଶାସନ ଉକ୍ତ ଅଭିଯୋଗକୁ କଳେ ବଳେ କୌଶଳେ ଚାପି ଦିଏ ।ଏହାର ଏକ ଜ୍ଜ୍ୱଳନ୍ତ ଦୃଷ୍ଟାନ୍ତ ଅଖା ଗୁଡାଇ ହୋଇ ଦୟନୀୟ ଜୀବନ
ବଂଚୁଥିବା ଜଣେ ଭିନ୍ନକ୍ଷମଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।ଯାହା କି ଅବିବେକିତାର ସମସ୍ତ ସୀମାକୁ ଅତିକ୍ରମ କରିଥିବା ବେଳେ ମାନବୀକତାକୁ ଆନ୍ଦୋଳିତ କରିଛି ।ଏହି ବ୍ଲକର ଅଂଜିରା ପଂଚାୟତର ବ୍ରହ୍ମାନନ୍ଦ ନାୟକ ୮୮ ଭାଗ ଭିନ୍ନକ୍ଷମ ବ୍ୟକ୍ତି ।

ସେ ଗତ ୨୦୧୯ ଜୁନ ୧୪ ତାରିଖରୁ ମାନସିକ ଅନଗ୍ରସର ଭାବେ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଛନ୍ତି । ସେବେଠାରୁ ସେ ଭିନ୍ନକ୍ଷମ ଭତା ପାଇବା ପାଇଁ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ନିଜ ପରିବାର ସାହାର୍ଯ୍ୟରେ ଯାଇ ଆବେଦନ ପତ୍ର ପ୍ରଦାନ କରିଥିଲେ । ହେଲେ ପ୍ରାୟ ୨୦ ଥର ଆବେଦନ କରିବା ପରେ ଭତା ନହେବାରୁ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ଲଢେଇ କରୁଥିବା ଧର୍ମଶାଳାର ବି.ଜେ,ଡି ଯୁବନେତା ସତୀଶ ବିଶ୍ୱାଳଙ୍କ ଜରିଆରେ ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହାପରେ ବି ଧର୍ମଶ।।ଳା ବ୍ଲକ ପ୍ରଶାସନ ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କୁ ଭତା ପ୍ରଦାନ ନକରି ଅଭିଯୋଗ ନେଇ ଆସିଥିବା ତଦନ୍ତ ନିର୍ଦ୍ଦେଶକୁ ଚାପି ଦେଲେ । ଏହାପରେ ଗତ ୨୦୨୦ ଅକ୍ଟୋବର ୧୦ ତାରିଖରେ ଏବଂ ୨୦୨୩ ଫେବୃୟାରୀ ୨୩ ତାରିଖରେ ଦୁଇଥର ଭତା ପାଇବା ପାଇଁ ଅନଲାଇନରେ ସେ ଆବେଦନ କରିଛନ୍ତି । ଶେଷଥର ପାଇଁ ହୋଇଥିବା ଆବେଦନ ନେଇ ଭତା ନମଳିବାରୁ ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ତଦନ୍ତ ନିର୍ଦ୍ଦେଶ ନେଇ ଧର୍ମଶାଳା ବି.ଡି.ଓ ପତ୍ର ନଂବର-୧୫୬୫ ତା୨୧.୦୩.୨୩ ପ୍ରଦାନ କରିଛନ୍ତି ।

ଏଥିରେ ଧର୍ମଶାଳା ବି.ଡି.ଓ ଦର୍ଶାଇଛନ୍ତି ଯେ, ଅନଲାଇନ ଆବଦେନରେ ବ୍ୟାଙ୍କ ପାସବୁକ ସଂକ୍ରାନ୍ତିୟ ତଥ୍ୟ ନାହିଁ । ହେଲେ ଶେଷଥର ପାଇଁ ହୋଇଥିବା ଉକ୍ତ ଆବେଦନରେ ବ୍ୟାଙ୍କ ପାସବୁକ ନେଇ ତଥ୍ୟ ରହିଛି । ଏହି ଅନଲାଇନ ଆବେଦନ ସଂଲଗ୍ନ ଥାଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ହୋଇଥିବା ଅଭିଯୋଗରେ ଧର୍ମଶାଳା ବି.ଡି.ଓ ଏପରି ଉତର ଦେବା ଯେତିକି ଅଶ୍ଚର୍ଯ୍ୟଜନକ ତତୋଧିକ ଉଦବେଗ ଜନକ ବୋଲି ଭିନ୍ନକ୍ଷମଙ୍କ ଭାଇ ରସାନନ୍ଦ ନାୟକ ପୁନଶ୍ଚ ସତୀଶ ବିଶ୍ୱାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆଜି ଅଭିଯୋଗ କରିଛନ୍ତି ।

ଏଥିରେ ରସାନନ୍ଦ ଦର୍ଶାଇଛନ୍ତି ଯେ, ସମାଜର ଦଃୁଖୀ ମଣିଷଙ୍କ ସେବା କରିବା ପାଇଁ ଜନପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ବାରମ୍ବାର ପରାମର୍ଶ ଦେଇଛନ୍ତି । ହେଲେ ଅଖା ଗୁଡାଇ ହୋଇ ଦୟନୀୟ ଜୀବନ ବଂଚୁଥିବା ଜଣେ ଭିନ୍ନକ୍ଷମ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଜର ଦଃୁଖ ଜଣାଇଲେ ବୋଲି ପ୍ରଶାସନର ଏଭଳି ଅମାନବିକତା ନେଇ ଜନପ୍ରୀୟ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ଆବଶ୍ୟକ ହେଲେ ଏଭଳି କାର୍ଯ୍ୟ କରିଥିବା ସଂପୃକ୍ତ ବି.ଡି.ଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ପ୍ରକାଶ ଥାଉ କି, ପୂର୍ବରୁ କାଏମା ପଂଚାୟତର ନୟନା ପଣ୍ଡା,ମଧୁପୁରଗଡ ପଂଚାୟତର ଅଂଜନା ସାହୁ, ଅଂଜିରା ପାଂଚୟର ରଙ୍ଗଳତା ସେଠୀଙ୍କୁ ଆବାସ ଯୋଜନାରେ ଗୃହ ପ୍ରଦାନ କ୍ଷେତ୍ରରେ ମଧ୍ୟସମାନ ଅବସ୍ଥା ସୃଷ୍ଟି ହୋଇଛି ।

ଏମାନେ ନିହାତି ଗରୀବ ହୋଇଥିଲେ ମଧ୍ୟ ଆବାସ ଯୋଜନାରେ ଘର ନପାଇବା ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଆକ୍ରୋଶରେ ସେମାନଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ଧର୍ମଶାଳା ବ୍ଲକ ପ୍ରଶାସନ ତରଫରୁ ଗୃହ ପ୍ରଦାନ କରାଯାଉ ନାହିଁ । ପ୍ରଶାସନିକ ଅଧିକାରୀଙ୍କ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ପ୍ରତି ସମ୍ମାନ ନରହିବା ଅତ୍ୟନ୍ତ ଦଃୁର୍ଭାଗ୍ୟ ଜନକ ବୋଲି ସତୀଶ ବିଶ୍ୱାଳ ଉଦବେଗ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking