30.1 C
Bhubaneswar
Sunday, May 19, 2024
Homeଓଡିଶା୧୮ ଘଣ୍ଟା ପରେ ରାସ୍ତାରୁ ହଟିଲା ମୃତ ଦେହ ରାସ୍ତାରୋକ ପ୍ରତ୍ୟାହୃତ

୧୮ ଘଣ୍ଟା ପରେ ରାସ୍ତାରୁ ହଟିଲା ମୃତ ଦେହ ରାସ୍ତାରୋକ ପ୍ରତ୍ୟାହୃତ

ଦେବଗଡ଼: ରିଆମାଳ ବ୍ଲକ ଛତାବର ଠାରେ ଅଙ୍ଗନବାଡି କର୍ମୀଙ୍କ ରାସ୍ତା ରୋକ 18 ଘଣ୍ଟା ପରେ ପ୍ରତ୍ୟାହୃତ ହୋଇଛି l ପୂର୍ବାହ୍ନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ଓ ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କ ସହ ଆନ୍ଦୋଳନ କାରି ଅଙ୍ଗନବାଡି କର୍ମୀଙ୍କ ଆଲୋଚନା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁକମ୍ପା ସହାୟତା ଓ ପରିବାରରୁ ଜଣକୁ ଚାକିରୀ ପ୍ରଦାନ ପାଇଁ ପ୍ରତିଶୃତି ପରେ ରାସ୍ତାରୁ ମୃତଦେହ ହଟିଛି l

ଗତକାଲି ସନ୍ଧ୍ୟାରୁ ରାତିସାରା ୫୩ ନମ୍ବର ଜାତୀୟ ରାଜପଥରେ ଶବ ରଖି ରାସ୍ତା ରୋକ କରିଥିଲେ ରିଆମାଳ ବ୍ଲକର ବିଭିନ୍ନ ପଞ୍ଚାୟତର ଅଙ୍ଗନବାଡି କର୍ମୀ l ଗତକାଲି ଅପରାହ୍ନରେ କୀର୍ତ୍ତନପାଲି ଠାରେ ବାଇକ ସ୍କୁଟି ଧକ୍କା ଫଳରେ ଜୀବନ ହାରିଥିଲେ କୀର୍ତ୍ତନପାଲି ଅଙ୍ଗନବାଡି କର୍ମୀ ଗୀତାଞ୍ଜଳି ବେହେରା l

କୀର୍ତ୍ତନପାଲି ଗ୍ରାମରେ ଗ୍ରାମବାସୀଙ୍କୁ ନେଇ ପ୍ରତିଦିନ ଜାତୀୟ ପତାକା ଉତ୍ତୋଳନ ସହ ସମୂହ ଜାତୀୟ ସଂଗୀତ ଗାନର ପରମ୍ପରା ସୃଷ୍ଟି କରିବାସହ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଗ୍ରାମରେ ପରିବେଶ ସ୍ୱଛତା ପାଇଁ ଗ୍ରାମବାସୀଙ୍କୁ ନେଇ ବର୍ଷସାରା କାର୍ଯ୍ୟକ୍ରମ କରି ସାରା ଦେଶରେ କୀର୍ତ୍ତନପାଲି ଗ୍ରାମର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଲୋକପ୍ରିୟ ହୋଇଥିଲେ ମୃତ ଅଙ୍ଗନବାଡି କର୍ମୀ ଗୀତାଞ୍ଜଳି ବେହେରା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking