31.1 C
Bhubaneswar
Wednesday, April 29, 2026
Homeଓଡିଶାଗୀତ ଗାଉଥିବା ବେଳେ ଟଳିପଡିଲେ ଗଜପତି ଅତିରିକ୍ତ ଜିଲ୍ଲାପାଳ

ଗୀତ ଗାଉଥିବା ବେଳେ ଟଳିପଡିଲେ ଗଜପତି ଅତିରିକ୍ତ ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଏଡିଏମ ବୀରେନ୍ଦ୍ର ଦାଶଙ୍କ ଦେହାନ୍ତ ହୋଇଛି। ଗତକାଲି ରାତିରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଉଥିବା ବେଳେ ସେ ତଳେ ପଡିଯାଇଥିଲେ। ପରେ ତାଙ୍କୁ ସେଠାରୁ ପାରଳାଖେମୁଣ୍ଡି ମୁଖ୍ୟଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଏହା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଜଗନ୍ନାଥଙ୍କ ଭଜନ ଗାଉଥିବାବେଳେ ତାଙ୍କ ଜୀବନ ଚାଲିଯାଇଥିଲା। ଭକତ ବିଦୁର ଶାଗ ଭଜା ଦେଇ ଗୀତ ଗାଉଥିବାବେଳେ ସେ ହଠାତ ଟଳିପଡ଼ିଥିଲେ । ବୁଧବାର ରାତିରେ ପାରଳାଖେମୁଣ୍ଡି ବୃନ୍ଦାବନ ପ୍ୟାଲେସରେ ପ୍ରଶାସନିକ ଅଧିକାରୀମାନେ ଏକ ନୈଶ୍ୟ ଭୋଜିର ଆୟୋଜନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking