ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ସହିତ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅଭିଯୁକ୍ତ କରିଛି । ଗୁରୁବାର ଏଜେନ୍ସି ରାଉଜ୍ ଆଭେନ୍ୟୁ କୋର୍ଟରେ ୨୦୦୦ ପୃଷ୍ଠାର ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଛି । ଏଥିରେ ସିସୋଦିଆଙ୍କ ନାମ ରହିଛି । ପୂର୍ବରୁ ଅବକାରୀ ଘୋଟାଲା ମାମଲାରେ ସିବିଆଇ ମଧ୍ୟ ସିସୋଦିଆଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ।